Advertisment

ଯବାନଙ୍କ ପାଇଁ ମାଟି ତଳେ ଖଞ୍ଜା ଯାଇଥିଲା ଟିଫିନ୍‌ ବୋମା

ଦୀର୍ଘ ବର୍ଷେ ହେବ କୋରାପୁଟ ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ନେଇ କୌଣସି ସୂଚନା ମିଳିନଥିଲା। ଯେଉଁଥିପାଇଁ ଆଗ ଅପେକ୍ଷା ସେମିତି ସକ୍ରିୟ ନଥିଲେ ପୁଲିସ୍‌ ଓ ଯବାନ। ଏହାର ସୁଯୋଗ ନେଇ ନକ୍ସଲମାନେ କାୟା ବିସ୍ତାର କରିଥିଲେ। ଆଉ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ମାଟି ତଳେ ପୋତିଥିଲେ ବିସ୍ଫୋରକ ସାମଗ୍ରୀ।

author-image
Manoranjan Sial
Koraput

Koraput

ବଡ଼ ଧରଣର ବିପଦରୁ ବର୍ତ୍ତିଗଲେ ସାଧାରଣ ଜନତା ଓ ଯବାନ। ମାଟି ତଳେ ଖଞ୍ଜା ଯାଇଥିଲା ଟିଫିନ୍‌ ବୋମା। ବିସ୍ଫୋରଣ ପୂର୍ବରୁ ଉଦ୍ଧାର କଲେ ଏସ୍‌ଓଜି। ପ୍ରାୟ ବର୍ଷେ ପରେ କୋରାପୁଟ୍‌ରୁ ଆସିଛି ଏପରି ଖବର।

Advertisment

ମାଛକୁଣ୍ଡ ଥାନା କୋଡ଼ାପୁଟ ଓ ଗୁମୁଡ଼ାପୁଟ ଗାଁ ନିକଟସ୍ଥ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିଲା। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ୍‌ ଏସ୍‌ପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ଏସ୍‌ଓଜି ଯବାନମାନେ ବୁଧବାର ପରାହ୍ନରେ କମ୍ୱିଂ ଅପରେଶନ୍‌ରେ ଯାଇଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ମିଳିଥିଲା ବିସ୍ଫୋରକ ସାମଗ୍ରୀ। ମାଟି ତଳୁ ୭ କେଜି ବିଶିଷ୍ଟ ୮ଟି ଟିଫିନ ବୋମା, ୩ କେଜି ବିଶିଷ୍ଟ ୯ଟି ଟିଫିନ ବୋମା, କୋଡେକ୍ସ ୱେର ୫୦ ମିଟର, ୨ଟି ଡିଟୋନେଟର, ଗୋଟାଏ ପିସ୍ତଲ ଓ ୧୪ଟି ଗୁଳି ଉଦ୍ଧାର କରିଥିଲେ। ସାଧାରଣ ଜନତା ଓ ଯବାନମାନଙ୍କୁ ଟାର୍ଗେଟ କରାଯାଇ ଏହି ବୋମା ଖଞ୍ଜା ଯାଇଥିବା ଏସ୍‌ପି କହିଛନ୍ତି।

ଦୀର୍ଘ ବର୍ଷେ ହେବ କୋରାପୁଟ ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ନେଇ କୌଣସି ସୂଚନା ମିଳିନଥିଲା। ଯେଉଁଥିପାଇଁ ଆଗ ଅପେକ୍ଷା ସେମିତି ସକ୍ରିୟ ନଥିଲେ ପୁଲିସ୍‌ ଓ ଯବାନ। ଏହାର ସୁଯୋଗ ନେଇ ନକ୍ସଲମାନେ କାୟା ବିସ୍ତାର କରିଥିଲେ। ଆଉ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ମାଟି ତଳେ ପୋତିଥିଲେ ବିସ୍ଫୋରକ ସାମଗ୍ରୀ। ଏବେ ହଠାତ୍‌ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ସ୍ଥାନୀୟ ଲୋକଙ୍କ ଭିତରେ ଛନକା ପଶିଛି। ସୂଚନାରୁ ପ୍ରକାଶ, କିଛିଦିନ ତଳେ ଜିଲ୍ଲାରେ ନକ୍ସଲ ସମସ୍ୟା ନଥିବା ଜିଲ୍ଲା ପୁଲିସ୍ ଓ ବିଏସଏଫ ପକ୍ଷରୁ କୁହାଯାଉଥିଲା।

Advertisment

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Naxal Koraput