Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ

ଏକ କାମର ବିଲ୍ କରି ଦେବା ପାଇଁ ମାଗିଥିଲେ ୧୧ ହଜାର ଟଙ୍କା ଲାଞ୍ଚ।

ଅଦ୍ୟତନ ହୋଇଛି
Officer

Officer

Advertisment

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ଆଜି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ଏକ କାମର ବିଲ୍ କରି ଦେବା ପାଇଁ ରାମଚନ୍ଦ୍ର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ସେ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରାମଚନ୍ଦ୍ର ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

ଯୋଜନା ମୁତାବକ ଆଜି ରାମଚନ୍ଦ୍ରଙ୍କଠାରୁ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ସୋନପୁର ସହରର ପଟାଭାଡ଼ିଠାରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କୁ ସୋନପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି।

Advertisment

ରିପୋର୍ଟ- ରବୀନ୍ଦ୍ର ହୋତା

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe