Advertisment

ନାଇଜର ରାଷ୍ଟ୍ରପତି ବନ୍ଦୀ, କ୍ଷମତା ଦଖଲ କଲା ସେନା

ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ରାତାରାତି ହୋଇଛି ହାଇଡ୍ରାମା। ଦେଶର ରାଷ୍ଟ୍ରପତିଙ୍କ ହଟାଇ କ୍ଷମତା ଅକ୍ତିଆର କରିଛି ସେନା। ଏଥିସହ ରାଷ୍ଟ୍ରପତିଙ୍କୁ ବନ୍ଦୀ ରଖାଯାଇଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
military

military

Advertisment

ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ରାତାରାତି ହୋଇଛି ହାଇଡ୍ରାମା। ଦେଶର ରାଷ୍ଟ୍ରପତିଙ୍କୁ ହଟାଇ କ୍ଷମତା ଅକ୍ତିଆର କରିଛି ସେନା। ଏଥିସହ ରାଷ୍ଟ୍ରପତିଙ୍କୁ ବନ୍ଦୀ ରଖାଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ବିଶ୍ୱ ଚିନ୍ତାବ୍ୟକ୍ତ କରିଛି।

Advertisment

ଗତ ରାତିରେ ନାଇଜର ରାଷ୍ଟ୍ରପତି ମହମ୍ମଦ ବାଜମଙ୍କୁ ଗାଦିଚ୍ୟୁତ କରି କ୍ଷମତା ଅକ୍ତିଆର କରିଛି ସେନା। ଏଥିସହ ରାଷ୍ଟ୍ରପତିଙ୍କୁ ବନ୍ଦୀ କରିଥିବା ଦାବି କରିଛି ସେଠାକାର ସେନା । ନାଇଜରରେ କ୍ଷମତା ଅକ୍ତିଆରକୁ ନେଇ ଅଚାନକ ହୋଇଥିବା ଏହି ହାଇଡ୍ରାମାକୁ ନେଇ ପଡ଼ୋଶୀ ଦେଶଗୁଡ଼ିକରେ ଟେନସନ୍‌ ଆରମ୍ଭ ହୋଇଯାଇଛି। ସେନା ପକ୍ଷରୁ ରାଷ୍ଟ୍ରୀୟ ଟେଲିଭିଜନରେ କ୍ଷମତା ଅକ୍ତିଆର କରାଯାଇଥିବା ନେଇ ଘୋଷଣା କରାଯାଇଛି।

ନାଇଜରର ଶାସନ କ୍ଷମତା ଅକ୍ତିଆର କରିଥିବା ସେନାକୁ କଡ଼ା ଚେତାବନୀ ଦେଇଛି ଆମେରିକା । ଏନେଇ ଆମେରିକାର ଅର୍ଥ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ଗଣମାଧ୍ୟମରେ କହିଛନ୍ତି, ନାଇଜରକୁ ଆର୍ଥିକ ସହାୟତା ସେଠାକାର ଲୋକତାନ୍ତ୍ରୀକ ସରକାରକୁ ଦିଆଯାଉଥିଲା।

Advertisment

ମିଡିଆ ରିପୋର୍ଟ ଅନୁଯାୟୀ, ବିଦ୍ରୋହ କରୁଥିବା ସେନା ରାଷ୍ଟ୍ରପତି ମହମ୍ମଦ ବାଜମଙ୍କୁ ରାଷ୍ଟ୍ରପତି ଭବନ ଭିତରେ ହିଁ କାବୁ କରିବାକୁ ଚେଷ୍ଟା କରିବାକୁ ଯୋଜନା କରିଥିଲେ। ବୁଧବାର ରାଷ୍ଟ୍ରପତି ଭବନକୁ ସେନା ଚାରିପଟୁ ଘେରି ଯାଇଥିଲା। ରାଷ୍ଟ୍ରପତିଙ୍କ ସମର୍ଥକ ଏହାକୁ ବିରୋଧ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ଫାୟାରିଂ କରିବାକୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ରାଷ୍ଟ୍ରପତି ପଦ ନ ଛାଡ଼ିଲେ ତାଙ୍କୁ ଗୁଳିରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଏହାପରେ ସେନା ରାଷ୍ଟ୍ରପତିଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ରାଷ୍ଟ୍ରପତି ଭବନରେ ବନ୍ଦୀ ରଖିଥିବା ଜଣାଯାଇଛି। ତେବେ ସମସ୍ତେ ସୁରକ୍ଷିତ ଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ କରାଯାଇଛି।

ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଏକ ବିବୃତ୍ତିରେ କର୍ଣ୍ଣେଲ ମେଜର ଆମାଡୋ ଅବଦ୍ରାମାନେ କହିଛନ୍ତି ଯେ “ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ ଆପଣ ଶାସନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁରକ୍ଷା ପରିସ୍ଥିତିର କ୍ରମାଗତ ଅବନତି ହେବା ସହ ଖରାପ ସାମାଜିକ ଏବଂ ଦୁର୍ବଳ ଅର୍ଥନୈତିକ ପରିଚାଳନା ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଛି।

ଏଥିସହ ସେ କହିଛନ୍ତି, ଏବେଠୁ ଦେଶର ସୀମା ବନ୍ଦ ରହିଛି ଏବଂ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରାଯାଇଛି। ଦେଶର ସମସ୍ତ ଅନୁଷ୍ଠାନକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି।

ଅବଦ୍ରାମେନ ତାଙ୍କ ବିବୃତ୍ତି ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିବା ବେଳେ ଅନ୍ୟ ୯ ଜଣ ଅଧିକାରୀ ତାଙ୍କ ନିକଟରେ ଥିଲେ। ନିଜକୁ ଦେଶର ସର୍ବେସର୍ବା କହୁଥିବା ଏହି ଗୋଷ୍ଠୀ କୌଣସି ପ୍ରକାର ବିଦେଶୀ ହସ୍ତକ୍ଷେପ ବରଦାସ୍ତ କରିବେନି ବୋଲି ଚେତାବନୀ ଦେଇଛନ୍ତି।

Power Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe