Advertisment

‘ମୋତେ ନ୍ୟାୟ ନ ମିଳିବା ଯାଏ ବିଜୟ ଶଙ୍କରଙ୍କ ବାହାଘର ନ ହେଉ’

ବିଜୟଙ୍କ ମ୍ୟାରେଜ ଆବେଦନରେ ବୟସ ଭୁଲ ରହିଛି।

ଅଦ୍ୟତନ ହୋଇଛି
Somalika Dash

Somalika Dash

Advertisment

ଦିଦକୁ ଦିନ ବଢ଼ୁଛି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡୁଆ। ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ସବ୍ ରେଜିଷ୍ଟ୍ରାରଙ୍କୁ ଭେଟି ଅଭିଯୋଗ କରିଛନ୍ତି ବିଜୟ ଶଙ୍କରଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ। କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ସେନେଇ ଅଭିଯୋଗ କରିଛନ୍ତି। ଏହା ସହ ବିଜୟ ଶଙ୍କର ବିବାହ ଆବେଦନକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଏକ କପି ସବ୍ ରେଜିଷ୍ଟ୍ରାରଙ୍କୁ ଦେଇଛନ୍ତି।

Advertisment

ଏହା ସହ ବିଜୟଙ୍କ ବୟସ ସଂପର୍କିତ ତଥ୍ୟକୁ ନେଇ ଅଭିଯୋଗ କରିଛନ୍ତି। ‘ମୋତେ ଯେତେବେଳେ ବିଜୟ ଶଙ୍କର ବିବାହ କରିବାକୁ କୋର୍ଟରେ ଆବେଦନ କରିଥିଲେ ସେତେବେଳେ ତାଙ୍କର ବୟସ ୩୦ ବର୍ଷ ହୋଇଥିଲା ବୋଲି ପଞ୍ଜୀକରଣ କରିଥିଲେ। ଏବେ ସେ ଅନ୍ୟ ଜଣଙ୍କୁ ବିବାହ କରିବାକୁ ଆବେଦନ କରିଛନ୍ତି। ସେଥିରେ ତାଙ୍କର ବୟସ ୩୦ ବର୍ଷ ଉଲ୍ଲେଖ ରହିଛି’ ବୋଲି ସୋମାଲିକା ଅଭିଯୋଗ କରିଛନ୍ତି।

ସବ୍ ରେଜିଷ୍ଟ୍ରାରଙ୍କୁ ଭେଟିବା ପରେ ସୋମାଲିକା କହିଛନ୍ତି, ବିବାହ ମାମଲାକୁ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲି। ଏ ସଂପର୍କିତ କପି ସବ୍‌ ରେଜିଷ୍ଟ୍ରାରଙ୍କ ଠାରେ ଦାଖଲ କରିଛି। ମୋତେ ନ୍ୟାୟ ନ ମିଳିବା ଯାଏ ବିଜୟ ଶଙ୍କରଙ୍କ ବାହାଘର ବନ୍ଦ ରହୁ। ହାଇକୋର୍ଟରେ ମୁଁ ଏହି ଆବେଦନ କରିଛି। ମୋ କେସ୍ ଶୁଣାଣି ହେବା ପରେ ବିଜୟ ଶଙ୍କର ବିବାହ କଲେ ମୋର କିଛି ଟେନସନ୍ ନାହିଁ।

Advertisment

ସେ ଆହୁରି କହିଛନ୍ତି,ମୋତେ ଯେତେବେଳେ ବିଜୟ ଶଙ୍କର ବିବାହ କରିବାକୁ କୋର୍ଟରେ ଆବେଦନ କରିଥିଲେ, ସେତେବେଳେ ତାଙ୍କର ବୟସ ୩୦ ବର୍ଷ ହୋଇଥିଲା ବୋଲି ପଞ୍ଜୀକରଣ କରିଥିଲେ।। ଏବେ ସେ ଅନ୍ୟଜଣଙ୍କୁ ବିବାହ କରିବେ ଆବେଦନ କରିଛନ୍ତି। ସେଥିରେ ତାଙ୍କର ବୟସ ୩୦ ବର୍ଷ ଉଲ୍ଲେଖ ରହିଛି। ବିଧାୟକ ବୋଲି ଯାହା ଭୁଲ କରିବେ ନା କ’ଣ? ଏହି କଥା ମୁଁ ସବ୍ ରେଜିଷ୍ଟ୍ରାରଙ୍କୁ ଜଣାଇଥିଲି। ସେ ମୋ କଥା କିଛି ଶୁଣିଲେ ନାହିଁ। ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା କରୁଛି ବୋଲି ସୋମାଲିକା କହିଛନ୍ତି।

BjD Somalika Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe