Advertisment

ବାପାଙ୍କୁ ହତ୍ୟାକରି ଅଖାରେ ପୂରାଇ ପୋତିଦେଲା ପୁଅ!

ଆଜି ସକାଳେ ଲିଙ୍ଗରାଜଙ୍କ ଦେଖା ମିଳିନଥିଲା। ସାହି ଭାଇଙ୍କ ମଧ୍ୟରେ ସନ୍ଦେହ ବଢ଼ିଥିଲା। ଲିଙ୍ଗରାଜଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପଡ଼ୋଶୀ ଥାନାକୁ ଖବର ଦେଇଥିଲେ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ସଦର ଥାନା ପୁଲିସ୍‌ ଗାଁରେ ପହଞ୍ଚିଥିଲେ

author-image
Manoranjan Sial
Crime

Crime

ସମ୍ପର୍କ ହେଲା ତୁଚ୍ଛ। ଯାହାର ହାତ ଧରି ବଡ଼ କରାଇଥିଲେ, ସିଏ ହେଲା ହତ୍ୟାକାରୀ! ପାରିବାରିକ ବିବାଦରୁ ବାପାଙ୍କୁ ହତ୍ୟାକରି ଅଖାରେ ପୂରାଇ ପୋତିଦେଲା ପୁଅ! ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଲିଙ୍ଗରାଜ କୁମୁରାଙ୍କ ଘର ହେଉଛି ସଦର ଥାନା ଘେନୁପାଲି ଗାଁରେ। ତାଙ୍କ ପୁଅ ହେଉଛନ୍ତି ଆଦିତ୍ୟ କୁମୁରା। ଦୀର୍ଘ ଦିନ ଧରି ବାପ ଓ ପୁଅ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ସୋମବାର ବିବାଦ ଉଗ୍ର ରୂପଧାରଣ କରିଥିଲା। ବିଳମ୍ୱିତ ରାତିରେ ଲିଙ୍ଗରାଜଙ୍କୁ ତାଙ୍କ ପୁଅ ଆଦିତ୍ୟା ପଥରରେ ଛେତି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରେ ମୃତଦେହକୁ ଏକ ସିମେଣ୍ଟ ଅଖାରେ ପୂରାଇ ପୋତି ଦେଇଥିଲା।

ଆଜି ସକାଳେ ଲିଙ୍ଗରାଜଙ୍କ ଦେଖା ମିଳିନଥିଲା। ସାହି ଭାଇଙ୍କ ମଧ୍ୟରେ ସନ୍ଦେହ ବଢ଼ିଥିଲା। ଲିଙ୍ଗରାଜଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପଡ଼ୋଶୀ ଥାନାକୁ ଖବର ଦେଇଥିଲେ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ସଦର ଥାନା ପୁଲିସ୍‌ ଗାଁରେ ପହଞ୍ଚିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଥିଲେ। ପୁଲିସ୍‌ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur Crime Story