Advertisment

ବୀମା ଟଙ୍କା ପାଇଁ ମାଆଙ୍କୁ ପୋଡ଼ି ମାରିଦେଲା ପୁଅ!

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ବୀମା ଟଙ୍କା ପାଇଁ ମଞ୍ଜୁରାଣୀଙ୍କୁ ତାଙ୍କ ପୁଅମାନେ ହତ୍ୟା କରିଛନ୍ତି। ତାଙ୍କୁ ଘର ବାହରେ ପୋଡ଼ିଦେଇ ଘର ଭିତରେ ମୃତଦେହ ପକାଇ ଆତ୍ମହତ୍ୟାର ରୂପ ଦେଉଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

undefined

Woman

Advertisment

ବୀମା ଟଙ୍କା ପାଇଁ ମାଆଙ୍କୁ ପୋଡ଼ି ମାରିଦେଲା ପୁଅ! ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

ଶନିବାର ରାତିରେ କମର୍ଦ୍ଦା ଥାନା ବେଲଡା ଗାଁର ଖୁଦିରାମ ବେରା ଓ ତାଙ୍କ ପତ୍ନୀ ମଞ୍ଜୁରାଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଘଟଣାର ସମାଧାନ ହୋଇଯାଇଥିଲା। ତା’ପରେ ପୂରା ପରିବାର ଖାଇପିଇ ଶୋଇଥିଲା। ସମସ୍ତେ ଶୋଇଯିବା ପରେ ମଞ୍ଜୁରାଣୀ ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ତେବେ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ବୀମା ଟଙ୍କା ପାଇଁ ମଞ୍ଜୁରାଣୀଙ୍କୁ ତାଙ୍କ ପୁଅମାନେ ହତ୍ୟା କରିଛନ୍ତି। ତାଙ୍କୁ ଘର ବାହରେ ପୋଡ଼ିଦେଇ ଘର ଭିତରେ ମୃତଦେହ ପକାଇ ଆତ୍ମହତ୍ୟାର ରୂପ ଦେଉଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଗାଁରେ ଚର୍ଚ୍ଚା ହେଉଛି, ମଞ୍ଜୁରାଣୀ ବୀମା ଟଙ୍କା ବାବଦକୁ ୬ ଲକ୍ଷ ଟଙ୍କା ପାଇଥିଲେ। ହେଲେ ସେ କାହାକୁ ସେହି ଟଙ୍କା ନଦେଇ ପାଖରେ ରଖିଥିଲେ। ସେହି ଟଙ୍କା ହାତେଇବା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe