Advertisment

ପୁଅ ମୃତ୍ୟୁ ଖବର ପାଇ ସାବତ ମାଆଙ୍କ ମୃତ୍ୟୁ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମହିବିଲା ଗାଁର କୃଷ୍ଣଚନ୍ଦ୍ର ହରିପାଲଙ୍କ ପୁଅ ହେଉଛନ୍ତି ସୁଶାନ୍ତ ହରିପାଲ। ସେ ଗୋଚ୍ଛାପଡା ଥାନା ଲୁଇସିଂ ପଞ୍ଚାୟତ ରାଞ୍ଜେଣୀ ଗାଁରେ ରହୁଥିବା ତାଙ୍କ ମଉସା ବିଜୟ ଦିଗାଲଙ୍କ ଘରେ ରହୁଥିଲେ।

Phulbani

Phulbani

Advertisment

ସାବତ ମାଆ। ଲୋକ କଥାରେ କଳଙ୍କ ଓ ଅପବାଦର ଅନ୍ୟ ନାଁ ହେଉଛି ସାବତ ମାଆ! ଖାଲି ଅପବାଦର ନୁହେଁ, ଏ ସଂସାରରେ ଜାବତୀୟ ଅପନିନ୍ଦାକୁ ମୁଣ୍ଡାଇଥାଏ ଏହି ସାବତ ମାଆ! ହେଲେ ଆଜି ଏମିତି ଜଣେ ସାବତ ମାଆ ଅଛନ୍ତି, ସିଏ ତାଙ୍କ ସାବତ ପୁଅକୁ ବହୁତ ଭଲ ପାଆନ୍ତି! ସେଥିପାଇଁ ତ ପୁଅର ଅସ୍ୱଭାବିକ ମୃତ୍ୟୁ ସହ୍ୟ କରିପାରିଲେ ନାହିଁ। ହୃଦଘାତରେ ଅଫେରା ପଥରେ ଚାଲିଗଲେ! ଏମିତି ଏକ କୋହଭରା ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।

Advertisment

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମହିବିଲା ଗାଁର କୃଷ୍ଣଚନ୍ଦ୍ର ହରିପାଲଙ୍କ ପୁଅ ହେଉଛନ୍ତି ସୁଶାନ୍ତ ହରିପାଲ। ସେ ଗୋଚ୍ଛାପଡା ଥାନା ଲୁଇସିଂ ପଞ୍ଚାୟତ ରାଞ୍ଜେଣୀ ଗାଁରେ ରହୁଥିବା ତାଙ୍କ ମଉସା ବିଜୟ ଦିଗାଲଙ୍କ ଘରେ ରହୁଥିଲେ। ମଙ୍ଗଳବାର କୌଣସି କାରଣରୁ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବାଲନ୍ଦାପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ପୁଅ ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଥିଲେ କଣ୍ଟାମାଳ ଗାଁରେ ରହୁଥିବା ସାବତ ମାଆ ପୋଇନ ହରପାଲ। ପରେ ତାଙ୍କୁ ହୃଦଘାତ ହୋଇଥିଲା। ମେଡ଼ିକାଲ୍‌ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗୋଚ୍ଛାପଡ଼ା ଥାନାରେ କୌଣସି ଏତଲା ହୋଇ ନଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ଫଲବାଣୀରୁ ତ୍ରିନାଥ ସାହୁ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe