Advertisment

ପାହାଡ଼ ଉପରୁ ମିଳିଲା ପୁଅର ମୃତଦେହ, ବାପା ଆଣିଲେ ବଳି ଅଭିଯୋଗ

ଗତକାଲି ସନ୍ଧ୍ୟା ବେଳୁ ନିଖୋଜ ଥିଲେ ନାବାଳକ। ଆଜି ସକାଳେ ପାହାଡ଼ ଉପରୁ ମିଳିଲା ମୃତଦେହ। ପିଲାଟିକୁ ବଳି ଦିଆଯାଇ ପାହାଡ଼ ଉପରେ ଫିଙ୍ଗି ଦିଆଯାଇଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

Spot

Spot

Advertisment

ଗତକାଲି ସନ୍ଧ୍ୟା ବେଳୁ ନିଖୋଜ ଥିଲେ ନାବାଳକ। ଆଜି ସକାଳେ ପାହାଡ଼ ଉପରୁ ମିଳିଲା ମୃତଦେହ। ପିଲାଟିକୁ ବଳି ଦିଆଯାଇ ପାହାଡ଼ ଉପରେ ଫିଙ୍ଗି ଦିଆଯାଇଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

Advertisment

ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଝଲିଆଲିଟି ଗାଁ ପାଖରେ ଘଟିଛି। ମୃତ ନାବାଳକଜଣକ ଜଳପାଙ୍କେଲ ଗାଁର ସୋମନାଥ ବେମାଲ। ତାଙ୍କ ବୟସ ୧୧ ବର୍ଷ ।

ଗତକାଲି ସନ୍ଧ୍ୟା ସମୟରେ ସୋମନାଥ ଖେଳିବାକୁ ଘରୁ ବାହାରି ଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ବି ପୁଅର ସନ୍ଧାନ ପାଇ ପାରି ନ ଥିଲେ ପରିବାର ଲୋକେ। ସବୁଆଡ଼ୁ ନିରାଶ ହେବା ପରେ ସେମାନେ ଥାନାରେ ଏତଲା ଦେଇଥିଲେ । ଗତ ରାତି ସାରା ଗାଁ ଲୋକଙ୍କ ସମେତ ପୁଲିସ୍‌ କର୍ମଚାରୀ ବି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ପିଲାଟିର କୌଣସି ସନ୍ଧାନ ମିଳି ନ ଥିଲା।

Advertisment

ଆଜି ସକାଳ ସମୟରେ ପାହାଡ଼ ଉପରେ ପିଲାଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ପିଲାଟିର କେମିତି ଏମିତି ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ ।

ପିଲାଟିର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଏହାବାଦ ଗତକାଲି ସଂକ୍ରାନ୍ତି ଥିବାରୁ ପୁଅକୁ ବଳି ଦେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ମୋର କାହା ସହ ଶତ୍ରୁତା ନ ଥିଲା। ତେଣୁ ମୋ’ ପୁଅକୁ କେହି ବଳି ଦେଇ ପାହାଡ଼ ଉପରେ ଫୋପାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ଲାଠୋର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିକଫିକ ଟିମକୁ ଡାକିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Minor Murdered Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe