Advertisment

ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

ଘରେ ପୁଅ ପାତରସ ଶୋଇଥିବା ବେଳେ ବାପା ଏକ ଧାରୁଆ ଟାଙ୍ଗିଆ ନେଇ ପୁଅର ବେକକୁ ଚୋଟପରେ ଚୋଟ ମାରି ଚାଲିଥିଲେ। ଘଟଣା ସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଥିଲା।

Murder

Murder

Advertisment

ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ। ଏଭଳି ବିଭତ୍ସହତ୍ୟା କାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡ଼ା ଥାନାର ବୁଢାଭୂଇଁ ଗାଁରେ। ମୃତକ ହେଲେ ପାତରସ ଓରାମ। ପୁଲିସ ବାପାକୁ ଥାନାରେ ଅଟକ ରଖିଛି।

Advertisment

ପାତରସ ଓରାମ ଓ ବାପା ଫ୍ରାନସିସ ଓରାମଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ପରେ ଝଗଡ଼ା ଏତେ ଭୟଙ୍ଗର ରୂପ ନେଥିଲା ଯେ ବାପପୁଅଙ୍କ ଭିତରେ କଥା କଟା କଟି ହୋଇଥିଲା। ଝଗଡ଼ାର କିଛି ସମୟପରେ ବାପପୁଅ ଘରକୁ ଆସିଥିଲେ। ହେଲେ ବାପା ଫ୍ରାନସିସଙ୍କର ରାଗ କମିନଥିଲା। ପୁଅକୁ କେମିତି ଜୀବନରୁ ମାରିବାକୁ ଚିନ୍ତା କରିଥିଲେ। ଘରେ ପୁଅ ପାତରସ ଶୋଇଥିବା ବେଳେ ବାପା ଏକ ଧାରୁଆ ଟାଙ୍ଗିଆ ନେଇ ପୁଅର ବେକକୁ ଚୋଟପରେ ଚୋଟ ମାରି ଚାଲିଥିଲେ। ଘଟଣା ସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଥିଲା।

ଏନେଇ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବାପା ଫ୍ରାନସିସଙ୍କୁ ଥାନାକୁ ନେଇଥିଲା। ତଦନ୍ତ ବେଳେ ଫ୍ରାନସିସ ପୁଅକୁ କେମିତି ମାରିଛି ସବୁକଥା ପୁଲିସକୁ କହିଥିଲେ। ନିଶାସକ୍ତ ଯୋଗୁ ଏଭଳି ହତ୍ୟା କାଣ୍ଡ କରିଛନ୍ତି ବୋଲି ପୁଲିସକୁ କହିଛନ୍ତି ଫ୍ରାନସିସ ଓରାମ। 

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe