Advertisment

୨୦ ହଜାର ଟଙ୍କା ପାଇଁ ସାଙ୍ଗମାନଙ୍କ ସହ ମିଶି ମା’ଙ୍କୁ ମାରିଦେଲା ପୁଅ

ପ୍ରାୟ ୩ ସପ୍ତାହ ତଳେ ଗାଜିଆବାଦରୁ ଜଣେ ବୟସ୍କ ମହିଳାଙ୍କ ମୃତଦେହ ମିଳିଥିଲା। ପୁଲିସ୍‌ ଏହାର ତଦନ୍ତ କରି ମହିଳାଙ୍କ ପୁଅ ଓ ତା’ର ଦୁଇ ଜଣ ବନ୍ଧୁଙ୍କୁ ଗିରଫ କରିଛି। ଗିରଫ ପରେ ସମସ୍ତଙ୍କୁ ଜେଲ ହାଜତକୁ ପୁଲିସ ପଠାଇ ଦେଇଛି।

Friends Kill Woman

Friends Kill Woman

Advertisment

ଯାହାକୁ ଅନ୍ତଚିରି ଜନ୍ମ ଦେଇଥିଲା, ସେ ହିଁ ସାଜିଲା ଶୈତାନ। ଯାହାକୁ କଷ୍ଟ କରି ମଣିଷ କରିଥିଲା, ସେ ହିଁ ଶେଷରେ ନେଇଗଲା ଜୀବନ। ସାମାନ୍ୟ ୨୦ ହଜାର ଟଙ୍କା ପାଇଁ ନିଜ ମା’ଙ୍କୁ ହତ୍ୟା କରିଛି ଭେଣ୍ଡିଆ ପୁଅ। ଏହି ହତ୍ୟାକାଣ୍ଡରେ ପୁଅକୁ ତା’ର ୨ ଜଣ ବନ୍ଧୁ ମଧ୍ୟ ସହଯୋଗ କରିଛନ୍ତି। ପୁଲିସ୍‌ ଏବେ ଘଟଣାର ତଦନ୍ତ କରି ସମସ୍ତଙ୍କୁ ଗିରଫ କରିଛି।

Advertisment

ପ୍ରାୟ ୩ ସପ୍ତାହ ତଳେ ଗାଜିଆବାଦରୁ ଜଣେ ବୟସ୍କ ମହିଳାଙ୍କ ମୃତଦେହ ମିଳିଥିଲା। ପୁଲିସ୍‌ ଏହାର ତଦନ୍ତ କରି ମହିଳାଙ୍କ ପୁଅ ଓ ତା’ର ଦୁଇ ଜଣ ବନ୍ଧୁଙ୍କୁ ଗିରଫ କରିଛି। ଗିରଫ ପରେ ସମସ୍ତଙ୍କୁ ଜେଲ ହାଜତକୁ ପୁଲିସ ପଠାଇ ଦେଇଛି।

ପୁଲିସ୍‌ କହିଛି ଯେ ଅକ୍ଟୋବର ୪ ତାରିଖ ସକାଳେ ଗାଜିଆବାଦର ଟ୍ରୋନିକା ସିଟି ଅଞ୍ଚଳରୁ ୪୭ ବର୍ଷୀୟ ସଙ୍ଗୀତା ତ୍ୟାଗୀଙ୍କ ମୃତଦେହ ମିଳିଥିଲା। ଏହାର ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସଙ୍ଗୀତାଙ୍କ ପୁଅ ସୁଧୀର ଏକାଧିକ ଲୁଟ ଓ ଅପରାଧିକ ଘଟଣାର ଅଭିଯୁକ୍ତ। ସେ ସବୁବେଳେ ନିଶା ଖାଏ ଓ ବିଭିନ୍ନ କାର୍ଯ୍ୟକ୍ରମରେ ବେଳେବେଳେ ଡିଜେ ବଜାଇ ଥାଏ। ସଙ୍ଗୀତା ଗୋଟିଏ ଛୋଟ କପଡ଼ା ଦୋକାନରେ କାମ କରନ୍ତି।

Advertisment

ନିକଟରେ ମା’ ସଙ୍ଗୀତାଙ୍କୁ ଡିଜେ ମିକ୍ସରର ମରାମତି ପାଇଁ ସୁଧୀର ୨୦ ହଜାର ଟଙ୍କା ମାଗିଥିଲା। ହେଲେ ଟଙ୍କା ଦେଲେ ପୁଅ ନିଶା ଖାଇଦେବ ବୋଲି ଆଶଙ୍କା କରିଥିଲେ ସଙ୍ଗୀତା। ବାରମ୍ବାର ଅନୁରୋଧ କରିବା ପରେ ଟଙ୍କା ନ ମିଳିବାରୁ ସୁଧୀର ରାଗି ଯାଇଥିଲା।

ଅକ୍ଟୋବର ୩ ତାରିଖ ରାତିରେ ସେ ବାଇକରେ ମା’ଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ପୂର୍ବରୁ ସୁଧୀରର ଦୁଇ ବନ୍ଧୁ ଅଙ୍କିତ ଓ ସଚିନ ରହିଥିଲେ। ସେଠାରେ ସେମାନେ ସଙ୍ଗୀତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଟ୍ରୋନିକା ସିଟିରେ ଫିଙ୍ଗି ଫେରାର ହୋଇଯାଇଥିଲେ।

ପୁଲିସ ମୃତଦେହକୁ ଠାବ କରିବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହି ସମୟରେ ସୁଧୀର ସମ୍ପର୍କରେ ସୂଚନା ମିଳିଥିଲା। ତାକୁ ଜେରା କରାଯିବାରୁ ସେ ସବୁ ସତ ମାନିଥିଲା। ଏହାପରେ ତା’ର ଦୁଇ ବନ୍ଧୁ ଅଙ୍କିତ ଓ ସଚିନଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe