Advertisment

ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା

ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।

undefined

Murder

Advertisment

ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।

Advertisment

ଏପରି ଏକ ସାଂଘାତିକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିଂଗମିଲା ଗାଁରେ ଘଟିଛି। ମୃତକ ହେଲେ ୨୨ ବର୍ଷୀୟ ଜୀତେନ୍ଦ୍ର ମଲ୍ଲିକ । ଜୀତେନ୍ଦ୍ରଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ବାପା ପ୍ରାଣେଶ୍ୱର ମଲ୍ଲିକଙ୍କୁ ବାନ୍ଧିଛି।

ଜୀତେନ୍ଦ୍ର ମଲ୍ଲିକ କିଛି କାମଧନ୍ଦା କରୁ ନ ଥିବା ବେଳେ ସବୁବେଳେ ମଦ ନିଶାରେ ଚୁର ରହୁଥିଲେ। ଏହାକୁ ନେଇ ସବୁବେଳେ ପରିବାରରେ ଅଶାନ୍ତି ଲାଗି ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ଜୀତେନ୍ଦ୍ର ମଦ ପିଇ ଆସି କବାଟ ବାଡ଼େଇଥିଲେ। କବାଟ ଖୋଲିବାରେ ବିଳମ୍ବ ହେବାରୁ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ପଛାଇଲେ ନାହିଁ।

Advertisment

ପ୍ରାଣେଶ୍ୱର କବାଟ ଖୋଲିବାରୁ ଜୀତେନ୍ଦ୍ର ତାଙ୍କୁ ପ୍ରବଳ ଗାଳିଗୁଲଲ କରିଥିଲେ। ଏହା ଅସହ୍ୟ ହେବାରୁ ପ୍ରାଣେଶ୍ୱର ନିଜ ପୁଅ ଦେହରେ ଛୁରୀ ଭୁଷି ଦେଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ପ୍ରାଣେଶ୍ୱରଙ୍କୁ ଗିରଫ କରି ଥାନାକୁ ଆଣିଛି। ଖୁବ୍‌ ଶୀଘ୍ର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛି ପୁଲିସ୍‌ ।

Murder Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe