Advertisment

ବାପାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ପୁଅ

ପାରିବାରିକ କଳହରୁ ବାପାଙ୍କୁ ଖଣ୍ଡାରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହାଣି ହତ୍ୟା କରିଛି ପୁଅ।

author-image
Hemant Lenka
Police

Police

ସବୁ ଅଳିଅଝଟ ସହି ପୁଅକୁ ବଡ଼ କରିଥିଲେ। ସ୍ୱପ୍ନ ଦେଖିଥିଲେ ପୁଅ ବୁଢ଼ା ବୟସରେ ସାହାରା ହେବ। ହେଲେ ସେହି ପୁଅ ବାପାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ପାରିବାରିକ କଳହରୁ ବାପାଙ୍କୁ ଖଣ୍ଡାରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହାଣି ହତ୍ୟା କରିଛି ପୁଅ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସୁନ୍ଦରପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।

Advertisment

ମୃତକ ଜଣଙ୍କ ହେଲେ ସୁନ୍ଦରପୁର ମଠସାହିର ପାଣ୍ଡଵ ମହାଙ୍କୁଡ଼। ପାଣ୍ଡବ ଆଜି ଅପରାହ୍ନରେ ଘରେ ଶୋଇଥିଲେ। ଏହି ସମୟରେ ପୁଅ ସେଠାରେ ପହଞ୍ଚିଥିଲା। ବାପା ଶୋଇଥିବା ବେଳେ ସେ ଗୋଟିଏ ଖଣ୍ଡାରେ ତାଙ୍କ ମୁଣ୍ଡ ଓ ବେକକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପାଣ୍ଡବଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଛତ୍ରପୁର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବାପା-ପୁଅଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିଭିନ୍ନ କାରଣରୁ ନେଇ ବିବାଦ ଲାଗି ରହିଥିଲା। ଏପରି କି ବୁଧବାର ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା।

Advertisment

ଏହି ପାରିବାରିକ କଳହରୁ ପୁଅ ଆଜି ବାପା ପାଣ୍ଡବଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛି। ତେବେ ଉଭୟଙ୍କ ମଧ୍ୟରେ ପ୍ରକୃତରେ କେଉଁ କାଣରରୁ ବିବାଦ ଲାଗି ରହିଥିଲା, ସେକଥା ଜଣାପଡ଼ି ନାହିଁ।

Odisha Murder