Advertisment

ବାପାଙ୍କୁ ହତ୍ୟା କରି ପୋତି ଦେଇଥିଲା ପୁଅ! ମା’ଙ୍କ ମିଳୁନି ପତ୍ତା

ପୁଲିସ୍‌ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଏବେ ବି ତାଙ୍କ ପତ୍ନୀଙ୍କ ପତ୍ତା ପାଇ ନାହିଁ। ସେହିପରି ହତ୍ୟା ଅଭିଯୁକ୍ତ ପୁଅକୁ ମଧ୍ୟ ପୁଲିସ୍‌ ଏଯାଏ ଧରିବାରେ ସକ୍ଷମ ହୋଇନାହିଁ।

author-image
Hemant Lenka
Simulia

Simulia

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ବାପାଙ୍କୁ ହତ୍ୟା କରିଛି ପୁଅ। ବାପାଙ୍କୁ ହତ୍ୟା କରିବା ପରେ ଲୁଣ ପକାଇ ମାଟି ତଳେ ତାଙ୍କ ଶବକୁ ପୋତି ଦେଇଥିଲା। ପୁଲିସ୍‌ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଏବେ ବି ତାଙ୍କ ପତ୍ନୀଙ୍କ ପତ୍ତା ପାଇ ନାହିଁ। ସେହିପରି ହତ୍ୟା ଅଭିଯୁକ୍ତ ପୁଅକୁ ମଧ୍ୟ ପୁଲିସ୍‌ ଏଯାଏ ଧରିବାରେ ସକ୍ଷମ ହୋଇନାହିଁ।

Advertisment

ଗରସଙ୍ଗ ଗାଁରେ ପ୍ରଭାକର ବେହେରା, ପତ୍ନୀ ଚମ୍ପା ଓ ପୁଅ ରମେଶ ଏକାଠି ରହୁଥିଲେ। ତେବେ ସମୟକ୍ରମେ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ପ୍ରଭାକରଙ୍କ ବୟସ ୯୦ ଛୁଇଁ ଥିବା ବେଳେ ଚମ୍ପାଙ୍କ ବୟସ ୭୫। ସେମାନଙ୍କ ବୟସ ଅଧିକ ହୋଇଥିବାରୁ ଉଭୟଙ୍କୁ ରମେଶ ବୋଝ ବୋଲି ଭାବି ନେଇଥିଲା। ରମେଶ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ବେଳେ ବାପା ମା’ଙ୍କ ସହ ଝଗଡ଼ା କରୁଥିଲା। ସେମାନଙ୍କୁ ଠିକ ଭାବେ ଖାଇବାକୁ ମଧ୍ୟ ଦେଉ ନଥିଲା।

ଏସବୁ ଭିତରେ ରମେଶ ବାପା ପ୍ରଭାକରଙ୍କୁ ହତ୍ୟା କରିବା ସହ ତାଙ୍କୁ ନିକଟସ୍ଥ ଜମିରେ ଲୁଣ ପକାଇ ପୋତି ଦେଇଥିଲା ବୋଲି ଅଭିଯୋଗ ହୋଇଛି। ଶନିବାର ଘର ପାଖ ବିଲ ଭିତରୁ ପୁଲିସ୍‌ ପ୍ରଭାକରଙ୍କ ଶବକୁ ଉଦ୍ଧାର କରିଛି। ମୃତଦେହକୁ ରମେଶ ଲୁଣ ଦେଇ ପୋତିବା ପରେ ବିଲରେ ହଳ କରିଦେଇଥିଲା। ତଥାପି ପୁଲିସ୍‌ ମୃତଦେହକୁ ଠାବ କରିବାକୁ ସକ୍ଷମ ହୋଇଛି। କିନ୍ତୁ ଚମ୍ପା ବେହେରା ଆଜକୁ ୫ ଦିନ ହେବ ନିଖୋଜ ରହିଛନ୍ତି l ପୁଅ ରମେଶ ବେହେରା ବି ଘଟଣା ପରେ ଫେରାର ହୋଇଯାଇଛି।

Advertisment

ବାପା ଓ ମା’ଙ୍କ ନିଖୋଜ ଘଟଣାକୁ ନେଇ ସାନ ଝିଅ ମମତା ମଲ୍ଲିକ ପ୍ରଥମେ ପୁଲିସକୁ ଜଣାଇଥିଲେ। ଘଟଣା ପଛରେ ଭାଇ ରମେଶର ହାତ ଥିବା ସେ ଅଭିଯୋଗ କରିଛନ୍ତି। ସେ ଏବେ ମା’ଙ୍କୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି l ଆଜି ପୁଲିସ ଏକ ଜେସିବି ଦ୍ୱାରା ପାଖ ଅଞ୍ଚଳରେ ଖୋଳାଖୋଳି କରିଥିଲେ ହେଁ ଚମ୍ପାଙ୍କ ପତ୍ତା ପାଇ ନାହିଁ।

Balasore Crime