Advertisment

ପୁଅର ଜଘନ୍ୟ କାଣ୍ଡ; ପିଟି ପିଟି ନେଲା ବାପାର ଜୀବନ

ବାପପୁଅଙ୍କ ମଧ୍ୟରେ ହୋଇଥିବା ବଚସା କ୍ରମଶଃ ନେଲା ଉଗ୍ର ରୂପ । ଉତ୍ତ୍ୟକ୍ତ ପୁଅର ଠେଙ୍ଗା ମାଡ଼ରେ ଚାଲିଗଲା ବାପାର ଜୀବନ।

Deadbody

Deadbody

Advertisment

ବାପପୁଅଙ୍କ ମଧ୍ୟରେ ହୋଇଥିବା ବଚସା କ୍ରମଶଃ ନେଲା ଉଗ୍ର ରୂପ । ଉତ୍ତ୍ୟକ୍ତ ପୁଅର ଠେଙ୍ଗା ମାଡ଼ରେ ଚାଲିଗଲା ବାପାର ଜୀବନ। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନାର ଫୁଲଝର ଗ୍ରାମରେ ଘଟିଛି। ମୃତକ ହେଲେ ପଦୁ ମୁଣ୍ଡା । ପଦୁଙ୍କୁ ହତ୍ୟା କରି ତାଙ୍କ ପୁଅ ଚକ୍ର ମୁଣ୍ଡା ଫେରାର ହୋଇ ଯାଇଛନ୍ତି।

Advertisment

ଚକ୍ର ମୁଣ୍ଡା ବସ୍‌ କଣ୍ଡକ୍ଟର ଭାବେ କାମ କରନ୍ତି। ଗତ କାଲି ରାତ୍ରିରେ ସେ ନିଜ କାମ ସାରି ଘରକୁ ଫେରିଥିଲେ । ଏହି ସମୟରେ ଘରେ କୌଣସି କଥାକୁ ନେଇ ପଦୁ ମୁଣ୍ଡା ଓ ପୁଅ ଚକ୍ର ମୁଣ୍ଡା ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଉତ୍ତ୍ୟକ୍ତ ହୋଇ ଚକ୍ର ମୁଣ୍ଡା ବାପାକୁ ଠେଙ୍ଗାରେ ପିଟିଥିଲେ। ଫଳରେ ପ୍ରବଳ ରକ୍ତସ୍ରାବ ହେତୁ ଘରେ ଛଟପଟ ହୋଇ ତାଙ୍କ ଜୀବନ ଚାଲି ଯାଇଥିଲା। ଏହାଦେଖି ଚକ୍ର ମୁଣ୍ଡା ଫେରାର ହୋଇ ଯାଇଥିଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଚକ୍ର ମୁଣ୍ଡାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Murder Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe