Advertisment

ନୃଶଂସ ୨ ପୁଅ; ମା’ର ଗଳା କାଟିଦେଲେ

ହତ୍ୟାକାଣ୍ଡ ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୁଲିସ।

Murder

Murder

Advertisment

ଯେଉଁ ମା’ ଛୋଟରୁ ବଡ଼ କରିଥିଲା, ବିପଦ ଆସିଲେ ନିଜ ପଣତ କାନିରେ ଢାଙ୍କି ଦେଉଥିଲା, ସେହି ମା’କୁ କୌଣସି କଥା ପାଇଁ ଗଳା କାଟି ହତ୍ୟା କରିବାକୁ ପଛାଇଲେ ନାହିଁ ୨ସଇତାନ ପୁଅ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ମହାନଦୀ ବିହାରରେ। ହତ୍ୟାକାଣ୍ଡ ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୁଲିସ।

Advertisment

ମହାନଦୀ ବିହାର ସ୍ଥିତ ଘରେ ମା’ ଓ ଦୁଇ ପୁଅ ରୁହନ୍ତି। ଆଜି ସକାଳେ ଦୁଇ ପୁଅ ମିଶି ମା’କୁ ଗଳାକାଟି ହତ୍ୟା କରିଥିଲେ।  ପାଖ ପଡ଼ୋଶୀ  ମା’ର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଘରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ।  ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। 

ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା, ହତ୍ୟାକାଣ୍ଡ ପଛରେ କାରଣ କ’ଣ ରହିଛି ତାହା ଜଣାପଡ଼ି ନାହିଁ। ତେବେ ମା’ ୨ ପୁଅଙ୍କ ମଧ୍ୟରେ ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା ଜଣାପଡ଼ିଛି। କେଉଁଥି ପାଇଁ କଳିଝଗଡ଼ା ଲାଗି ରହୁଥିଲା ତାହା ଜଣାପଡ଼ି ନାହିଁ। ଚାଉଳିଆଗଞ୍ଜ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Murder Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe