Advertisment

ରାଜଧାନୀରେ ବୀଭତ୍ସ କାଣ୍ଡ; ବାପାକୁ ଛୁରୀ ଭୁସିଦେଲା ପ୍ରଫେସର ପୁଅ

ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ତାଙ୍କ ପୁଅ ମଧ୍ୟ ଏକ ଘରୋଇ ଲ’ କଲେଜରେ ଜଣେ ଫ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Murder

Murder

Advertisment

ପାରିବାରିକ କଳହ ନେଲା ସାଂଘାତିକ ରୂପ । ପୁଅ ପିଶାଚ ସାଜି ନିଜ ବୃଦ୍ଧ ବାପାକୁ ହତ୍ୟା କରିବାକୁ ପଛାଇଲା ନାହିଁ। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ରାଜଧାନୀରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ।

Advertisment

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କଲା ପୁଅ। ମୃତକ ହେଉଛନ୍ତି ସୁନୀଲ ଚୌଧୁରୀ । ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ତାଙ୍କ ପୁଅ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଲ’ କଲେଜରେ ଜଣେ ଫ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି।

 ଖବର ପାଇ ମଞ୍ଚେଶ୍ୱର ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି  ପୁଲିସ୍‌ ।

Advertisment

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ହତ୍ୟାର କାରଣ ସମ୍ପର୍କରେ ସେ ଗଣମାଧ୍ୟମ ପ୍ରତିନିଧୀଙ୍କୁ କହିଛନ୍ତି, ଅନିରୁଦ୍ଧଙ୍କ ଉପରେ ଲୋନ୍‌ ଭାର ବଢ଼ି ଯାଇଥିଲା। ଏହାକୁ ନେଇ ସେ ଚିନ୍ତାଗ୍ରସ୍ତ ରହିବା ସହ ବାପାଙ୍କୁ ଟଙ୍କା ମାଗିଥିଲେ। ମାତ୍ର ପୁଅକୁ କୌଣସି ଟଙ୍କା ଦେବାକୁ ସୁନୀଲ ମନା କରି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଆସିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅନିରୁଦ୍ଧ ଆଜି ସକାଳେ ବାପାଙ୍କୁ ହତ୍ୟା କରିଛନ୍ତି। 

Murder Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe