Advertisment

ପୁଅ ପାଲଟିଗଲା ପିଶାଚ, ବାପାମା’ଙ୍କୁ ମାରି ପୋତି ଦେଇ ଫେରାର

ଜମିବାଡ଼ି ବିବାଦରୁ ପୁଅ ପାଲଟିଗଲା ପିଶାଚ। ସାମାନ୍ୟ ଟଙ୍କା ପାଇଁ ବୃଦ୍ଧ ବାପାମା’ଙ୍କୁ ମାରି ପୋତି ଦେବାକୁ ପଛାଇଲା ନାହିଁ ନୃଶଂସ ପୁଅ।

author-image
Niharika Rout
Murder Spot

Murder Spot

ଜମିବାଡ଼ି ବିବାଦରୁ ପୁଅ ପାଲଟିଗଲା ପିଶାଚ। ସାମାନ୍ୟ ଟଙ୍କା ପାଇଁ ବୃଦ୍ଧ ବାପାମା’ଙ୍କୁ ମାରି ପୋତି ଦେବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏହାପରେ ପ୍ରମାଣ ନଷ୍ଟ ନିମନ୍ତେ ଘର ଆଗରେ ଥିବା ଜାଗା ଖୋଳି ଶବ ପୋତି ଦେଇଥିଲା। ଖବର ପାଇ ପୁଲିସ୍‌ ଖୋଳାଖୋଳି କରି ବୃଦ୍ଧଙ୍କ ଶବ ଉଦ୍ଧାର କରିଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହର ପତ୍ତା ମିଳିନି। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଘଟିଛି।

Advertisment

ବୃଦ୍ଧ ଦମ୍ପତି ହେଲେ ୯୦ ବର୍ଷୀୟ ବୁଲେଇ ବେହେରା ଓ ତାଙ୍କ ପତ୍ନୀ ୭୫ ବର୍ଷୀୟା ଚମ୍ପା ବେହେରା । ଉଭୟଙ୍କୁ ସେମାନଙ୍କ ପୁଅ ରମେଶ ବେହେରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ୪ ଦିନ ହେଲା ବାପାମା’ଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ବୁଲେଇ ବେହେରାଙ୍କ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ରମେଶ ବେହେରାଙ୍କର ମଧ୍ୟ ଖୋଜଖବର ମିଳୁ ନ ଥିବାରୁ ଏପରି ନାରକୀୟ କାଣ୍ଡ ଘଟାଇ ସେ ଫେରାର ହୋଇ ଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି।

ଗତକାଲି ପୁଲିସ୍‌ ବୁଲେଇ ବେହେରାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ସ୍ଥାନରେ ଖୋଳା ଯାଇ ହଳ ବୁଲା ଯାଇଥିବା ଦେଖିବାକୁ ପାଇଥିଲା। ସେଠାରେ ମୃତଦେହ ପୋତା ଯାଇଥିବା ସନ୍ଦେହ ହେବାରୁ ଗତ ରାତିରେ ଉକ୍ତ ଜାଗାକୁ ପୁଲିସ୍‌ ଜଗି ରହିଥିଲା।

Advertisment

ଆଜି ସକାଳେ ମାଜିଷ୍ଟ୍ରେଟ ସନ୍ଦୀପ ଶୁଭଦର୍ଶନ ଭୋଳ, ସିମୁଳିଆ ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ, ସାଇଣ୍ଟିଫିକ୍‌ ଟିମ୍‌ଙ୍କ ଉପସ୍ଥିତିରେ ଖୋଳତାଡ଼ ଆରମ୍ଭ ହୋଇଛି। ବହୁ ସମୟ ଖୋଳାଖୋଳି ପରେ ମାଟି ତଳୁ ବୁଲେଇଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଏହାପରେ ଚମ୍ପାଙ୍କ ମୃତଦେହ ଉଦ୍ଧାର ପାଇଁ ବି ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି।

ପାଖରେ ଏକ ପୋଖରୀ ଥିବାରୁ ସେଠାରେ ବୃଦ୍ଧାଙ୍କ ମୃତଦେହ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେଣୁ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇ ସେଠାରେ ଖୋଜାଖୋଜି କରାଯିବ ବୋଲି ପୁଲିସ୍‌ ଅଧିକରୀ ସୂଚନା ଦେଇଛନ୍ତି।

ତେବେ ଏଯାଏ ରମେଶଙ୍କ ପତ୍ତା ମିଳୁ ନ ଥିବାରୁ ବାପାମା’ଙ୍କ ହତ୍ୟା ପରେ ସେ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି। ତାଙ୍କୁ ଖୋଜି ଗିରଫ କରିବାକୁ ପୁଲିସ୍‌ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ସୂଚନା ଅନୁଯାୟୀ, ରମେଶ ମଦ ଓ ଗଞ୍ଜେଇ ବେପାର କରୁଥିବା ବେଳେ ନିଜେ ବି ସବୁବେଳେ ନିଶାସକ୍ତ ରହୁଥିଲେ। ଏଥିସହ ଜମିଜମା ବିବାଦକୁ ନେଇ ରମେଶଙ୍କର ନିଜ ଭଉଣୀମାନଙ୍କ ସହ ସମ୍ପର୍କ ବିଗିଡ଼ି ଯାଇଥିଲା। ରମେଶ ସବୁବେଳେ ନିଶାସକ୍ତ ରହୁଥିବାରୁ ତାଙ୍କ ପତ୍ନୀ ଓ ପିଲାମାନେ ବି ପ୍ରାୟ ୧୭ ବର୍ଷ ହେବ ଘର ଛାଡ଼ି ଚାଲି ଯାଇଛନ୍ତି।

ଏହାପରେ ସେ ସବୁବେଳେ ନିଜ ବାପାମା’ଙ୍କୁ ମାରଧର କରୁଥିବା ବେଳେ ଜମିଜମା ପାଇଁ ସବୁବେଳେ ପରିବାରରେ ଗଣ୍ଡଗୋଳ ଲାଗି ରହୁଥିଲା। ତେଣୁ ସେ ନିଜ ବାପାମା’ଙ୍କୁ ହତ୍ୟା କରିଥିବା ଗାଁ ଲୋକେ ତଥା ରମେଶଙ୍କ ଭଉଣୀମାନେ ପୁଲିସ୍‌କୁ ସୂଚନା ଦେଇଛନ୍ତି।

Parents Dead Murder Balasore Family Dispute