Advertisment

କଥାରେ ରହିଲାନି ତାଳମେଳ, ପୂର୍ବତନ ସାଂସଦଙ୍କ ପୁଅଙ୍କୁ ଉଠାଇ ନେଲା ପୁଲିସ୍‌

କଥାରେ ରହିଲାନି ତାଳମେଳ, ଦେଇ ପାରିଲେନି ସନ୍ତୋଷଜନକ ଉତ୍ତର। ଫଳରେ ରାସ୍ତା ଉପରୁ ପୂର୍ବତନ ସାଂସଦଙ୍କ ପୁଅକୁ ଉଠାଇ ନେଲା ପୁଲିସ୍‌।

Former MP(right)  & his Son .

Former MP(right) & his Son .

Advertisment

କଥାରେ ରହିଲାନି ତାଳମେଳ, ଦେଇ ପାରିଲେନି ସନ୍ତୋଷଜନକ ଉତ୍ତର। ଫଳରେ ରାସ୍ତା ଉପରୁ ପୂର୍ବତନ ସାଂସଦଙ୍କ ପୁଅକୁ ଉଠାଇ ନେଲା ପୁଲିସ୍‌। କେବଳ ତାଙ୍କୁ ନୁହେଁ, ତାଙ୍କ ଦୁଇ ସହଯୋଗୀଙ୍କୁ ବି ଥାନାକୁ ନେଲା। ଏପରିକି ୩ ଜଣଙ୍କୁ ଗିରଫ କରି ପୁଲିସ୍‌ କୋର୍ଟଚାଲାଣ କରିଛି।

Advertisment

ଗିରଫ ହୋଇଥିବା ଯୁବକଜଣକ ବିହାରର ପୂର୍ବତନ ସାଂସଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶହାବ ବୋଲି ଜଣାଯାଇଛି। ଏହି ୩ ଜଣଙ୍କୁ ରାଜସ୍ଥାନର କୋଟାରେ ମାଡ଼ି ବସିଛି ପୁଲିସ୍‌।

ରାଜସ୍ଥାନରେ ଏବେ ବିଧାନସଭା ନିର୍ବାଚନ ଥିବା ବେଳେ ଯାଞ୍ଚକୁ ଜୋରଦାର କରିଛି ପୁଲିସ୍‌। ଏହି ସମୟରେ ପୁଲିସ୍‌ ୩ ଜଣଙ୍କୁ ଅଟକାଇ ପଚରାଉଚରା କରିଥିଲା। ମାତ୍ର ସନ୍ତୋଷଜନକ ଉତ୍ତର ନ ପାଇବାରୁ ପୁଲିସ୍‌ ସମସ୍ତଙ୍କୁ ଥାନାକୁ ନେଇ ଯାଇଥିଲା। ପଚରାଉଚରାରୁ ଜଣେ ଯୁବକ ପୂର୍ବତନ ସାଂସଦଙ୍କ ପୁଅ ବୋଲି ଜାଣିବାକୁ ପାଇଥିଲା।

Advertisment

ଓସାମାଙ୍କ ବିରୋଧରେ ବିହାରର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ସୋଶାଲ ମିଡିଆରେ ଆକାଉଣ୍ଟ କରି ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା। କିନ୍ତୁ ତାହା ମୋ ଆକାଉଣ୍ଟ ନୁହେଁ ବୋଲି ଓସାମା କହିଛନ୍ତି। ତାଙ୍କ ନାଁରେ ଆକାଉଣ୍ଟ ଖୋଲି ଆଉ କିଏ ଏପରି କରିଥିବା କହିଥିଲେ ଓସାମା।

Rajasthan Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe