ଥକିବାର ଅଭିନୟ କରି ସ୍ୱାମୀଙ୍କ ପଛରେ ଚାଲୁଥିଲେ, ‘ତାଙ୍କୁ ମାରିଦିଅ’ ଚିତ୍କାର କରିଥିଲେ ବେୱାଫା ସୋନମ

ମେ’ ୧୬ରେ ରାଜ ତାଙ୍କର ୩ ପିଲା ଦିନରୁ ବନ୍ଧୁଙ୍କୁ ଇନ୍ଦୋରର ଗୋଟିଏ କାଫେରେ ଭେଟିଥିଲେ। ଏହି ସମୟରେ ହତ୍ୟାର ଯୋଜନା କରାଯାଇଥିଲା।

Sonam

ସୋନମ ଓ ରାଜା (ଫାଇଲ ଫଟୋ)

Hemant Lenka
  • Published: Tuesday, 10 June 2025
  • Updated: 10 June 2025, 02:45 PM IST

Sports

Latest News

ରାଜା ରଘୁବଂଶୀଙ୍କ ବେୱାଫା ପତ୍ନୀ ସୋନମ କେବଳ ଚତୁରତାରେ ସବୁ ସୀମା ପାର କରି ନଥିଲେ, ବରଂ ବେଶ ଭଲ ଅଭନିୟ ମଧ୍ୟ କରିପାରୁଥିଲେ। ସ୍ୱାମୀଙ୍କୁ ମାରିବା ପାଇଁ ହନିମୁନ ଟ୍ରିପର ମିଛ ମିଛିକା ନାଟକ କରିଥିବା ସୋନମଙ୍କ ସମ୍ପର୍କରେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ସ୍ୱାମୀ ରାଜାଙ୍କୁ ମାରିବା ପାଇଁ ସୋନମ ପ୍ରେମିକ ରାଜ କୁଶୱାଙ୍କ ସହ ମିଶି ଯୋଜନା କରିଥିଲେ। ରାଜ ମଧ୍ୟ ପ୍ରେମିକା କଥାରେ ନିଜର ୩ ପିଲା ଦିନର ବନ୍ଧୁଙ୍କ ସହ ଇନ୍ଦୋରର ଗୋଟିଏ କାଫେରେ ବସି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ରାଜା ଓ ସୋନମ ବାହା ହେବାର ୫ ଦିନ ପରେ ରାଜ ନିଜର ୩ ପିଲା ଦିନର ବନ୍ଧୁ ଆନନ୍ଦ କୁମାର, ଆକାଶ ରାଜପୁତ ଓ ବିଶାଲ ସିଂହ ଚୌହାନ ଓରଫ ବିକ୍କି ଠାକୁରଙ୍କୁ କଲ କରି ଡାକିଥିଲେ। ମେ’ ୧୬ରେ ରାଜ ତାଙ୍କର ୩ ପିଲା ଦିନରୁ ବନ୍ଧୁଙ୍କୁ ଇନ୍ଦୋରର ଗୋଟିଏ କାଫେରେ ଭେଟିଥିଲେ। ଏହି ସମୟରେ ହତ୍ୟାର ଯୋଜନା କରାଯାଇଥିଲା। ସେମାନଙ୍କୁ ରାଜ ଟଙ୍କାର ଲୋଭ ଦେଖାଇ ନିଜ ପ୍ଲାନରେ ସାମିଲ କରିଥିଲେ। ମେ’ ୨୦ରେ ସୋନମ ଓ ରାଜା ହନିମୁନରେ ବାହାରିବା କ୍ଷଣି ରାଜ ମଧ୍ୟ ତାଙ୍କର ୩ ବନ୍ଧୁଙ୍କୁ ସେମାନଙ୍କ ପଛରେ ପଠାଇଥିଲେ।

Also Read

ସେମାନେ ପ୍ରଥମେ ଗୁହାଟୀରେ ପହଞ୍ଚିଥିଲେ। ସେଠାରୁ ୩ ଜଣ ଯାକ ଶିଲଂ ଯାଇ ରାଜା ଓ ସୋନମ ରହୁଥିବା ହୋମଷ୍ଟେ ନିକଟ ହୋଟେଲରେ ରହିଥିଲେ। ନୂଆ କରି ବିବାହ କରିଥିବା ସୋନମ ଓ ରାଜା ୩ ଦିନ କାଳ ମେଘାଳୟରେ ଥିବା ପାହାଡ଼ର ମଜା ଉଠାଇଥିଲେ। କିନ୍ତୁ ମେ’ ୨୩ରେ ଫଟୋ ଶୁଟ ନାଁରେ ସୋନମ ସ୍ୱାମୀ ରାଜାଙ୍କୁ ଗୋଟିଏ ପାହାଡ଼ିଆ ଅଞ୍ଚଳକୁ ନେଇ ଯାଇଥିଲେ। ରାଜ ପଠାଇଥିବା ୩ ବନ୍ଧୁ ମଧ୍ୟ ସେମାନଙ୍କ ପଛରେ ଯାଇଥିଲେ। ପ୍ରଥମେ ସେମାନେ ରାଜାଙ୍କ ସହ ହିନ୍ଦୀରେ କଥା ହୋଇଥିଲେ।

ଏସବୁ ଭିତରେ ସୋନମ ଥକି ଯାଇଥିବାର ଅଭିନୟ କରି ରାଜା ଓ ରାଜଙ୍କ ୩ ବନ୍ଧୁଙ୍କ ପଛରେ ଧୀରେ ଧୀରେ ଚାଲିବା ଆରମ୍ଭ କରିଥିଲେ। ଚାଲିଚାଲି ସେମାନେ ଗୋଟିଏ ନିଛାଟିଆ ସ୍ଥାନରେ ପହଞ୍ଚିଥିଲେ। ଏତିକି ବେଳେ ଥକିବାର ଅଭିନୟ କରି ପଛରେ ଚାଲୁ ଥିବା ସୋନମ ହଠାତ୍‌ ଚିତ୍କାର କରି ରାଜାଙ୍କୁ ମାରି ଦେବାକୁ କହିଥିଲେ। ସୋନମ ‘ତାଙ୍କୁ ମାରିଦିଅ’ ବୋଲି ଚିତ୍କାର କରିବା କ୍ଷଣି ୩ ବନ୍ଧୁ ମିଳିତ ଭାବେ ରାଜାଙ୍କୁ ଆକ୍ରମଣ କରିଥିଲେ। ରାଜଙ୍କ ୩ ବନ୍ଧୁ ସଂଘବଦ୍ଧ ଭାବେ ରାଜାଙ୍କୁ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ସେମାନେ ରାଜାଙ୍କ ମୁଣ୍ଡ ଓ ଶରୀରକୁ ଆକ୍ରମଣ କରିବାକୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଯଦିଓ ରାଜ ମେଘାଳୟ ଯାଇ ନଥିଲେ କିମ୍ବା ରାଜାଙ୍କୁ ହତ୍ୟା କରାଯିବା ବେଳେ ସେଠାରେ ନଥିଲେ, କିନ୍ତୁ ସେ ପଛରେ ରହି ଗୋଟି ଚାଳନା କରିଥିଲେ। ସେ ନିୟମିତ ଭାବେ ସୋନମଙ୍କ ଯୋଗାଯୋଗରେ ରହିଥିଲେ। ସୋମନ ତାଙ୍କୁ ଗୁପ୍ତ ଭାବେ ନିଜର ଲାଇଭ ଲୋକେସନ ପଠାଇ ଚାଲିଥିଲେ। ଏହାର ୧୦ ଦିନ ପରେ ରାଜାଙ୍କ ମୃତଦେହ ରିଆତ ଅର୍ଲିଆଙ୍ଗର ୱିଇସାୱଡଙ୍ଗର ପାର୍କିଂ ସ୍ଥଳର ଗୋଟିଏ ଖାତରୁ ମିଳିଥିଲା। ସେଠାରୁ ଗୋଟିଏ କାତିକୁ ମଧ୍ୟ ପୁଲିସ୍‌ ଜବତ କରିଥିଲା। ସମ୍ଭବତଃ ଉକ୍ତ କାତିରେ ରାଜାଙ୍କୁ ହତ୍ୟା କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ରାଜାଙ୍କ ମୁଣ୍ଡର ପଛ ପାଖ ଓ ଆଗ ପାଖରେ ଦୁଇଟି ଗଭୀର କ୍ଷତି ଚିହ୍ନ ରହିଥିଲା।

ରାଜାଙ୍କ ମୃତଦେହ ମିଳିଥିଲେ ହେଁ ସୋନମଙ୍କ ପତ୍ତା ମିଳି ନଥିଲା। ତେଣୁ ତାଙ୍କୁ ଖୋଜିବା ଅଭିଯାନ ଜାରି ରହିଥିଲା। ଏସବୁ ଭିତରେ ରବିବାର ରାତିରେ ଗାଜିପୁର ସ୍ଥିତ ଗୋଟିଏ ଢାବା ନିକଟରୁ ୨୪ ବର୍ଷୀୟ ସୋନମଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗାଜିପୁର ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ। ସେଠାରେ ସେ ଆତ୍ମସମର୍ପଣ କରିବା ପରେ ପୁଲିସ୍‌ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା। 

ନିଶା ଦିଆଯାଇ ଗାଜିପୁର ଅଣାଯାଇଥିବା ଦାବି କରିଛନ୍ତି ସୋନମ

ଉତ୍ତର ପ୍ରଦେଶ ପୁଲିସ୍‌ର ଅତିରିକ୍ତ ଡିଜି(ଆଇନ ଶୃଙ୍ଖଳା) ଅମିତାଭ ଯାଦବ ଘଟଣା ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଛନ୍ତି। ଏହା ମଧ୍ୟରେ ସୋନମ କରିଥିବା ଦାବି ମଧ୍ୟ ରହିଛି। ସୋନମଙ୍କୁ ନିଶା ଦେଇ ଗାଜିପୁର ଅଣା ଯାଇଥିଲା ଓ ଏଠାରେ ସେ ନିଜକୁ ପୀଡ଼ିତା ଭାବେ ଦର୍ଶାଇବାକୁ ଚେଷ୍ଟା କରିଥିଲେ ବୋଲି ସେ ପୁଲିସ୍‌କୁ ସଫେଇ ଦେଇଛନ୍ତି।

ଶ୍ରୀ ଯାଦବ କହିଛନ୍ତି, “ପୁଲିସ୍‌ ନିକଟରେ ସୋନମ ନିଜକୁ ପୀଡ଼ିତା ଭାବେ ଚିତ୍ରିତ କରିଥିଲେ। ତାଙ୍କୁ ନିଶା ଦିଆଯାଇ ଏଠାକୁ ଅଣାଯାଇଥିବା ସେ ଦାବି କରିଥିଲେ। ସୋନମ ଏକଥା ନିଜ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ସୋମବାର ଭୋର ପ୍ରାୟ ୩ଟା ବେଳେ ସୋନମ ନିଜ ପରିବାର ଲୋକଙ୍କୁ ଫୋନ କରି ସେ ଗାଜିପୁର-ବାରାଣସୀ ରୋଡରେ ଥିବା ଗୋଟିଏ ଢାବାରେ ରହିଥିବା ଜଣାଇଥିଲେ।

ତାଙ୍କ ପରିବାର ତୁରନ୍ତ ଏସମ୍ପର୍କରେ ମଧ୍ୟପ୍ରଦେଶ ପୁଲିସ୍‌କୁ ଅବଗତ କରାଇଥିଲେ। ମଧ୍ୟପ୍ରଦେଶ ପୁଲିସ୍‌ ଆମକୁ ଓ ଆମେ ସ୍ଥାନୀୟ ପୁଲିସ୍‌କୁ ଜଣାଇବାରୁ ସୋନମ ଗିରଫ ହୋଇଥିଲେ। ସେ ନିଜକୁ ପୀଡ଼ିତା ଭାବେ ସଜାଇ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବିଫଳ ହୋଇଛନ୍ତି। ମେଘାଳୟ ପୁଲିସ୍‌ ଚମତ୍କାର କାମ କରିଛି ଓ ସେମାନେ ଏବେ ବି ଏହାର ତଦନ୍ତ କରୁଛନ୍ତି। ଯଦି ସେମାନେ ଆମର ସହଯୋଗ ମାଗିବେ, ତା’ହେଲେ ଆମେ ସବୁ ପ୍ରକାରର ସହାୟତା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story