ସୋନପୁର ସିଏସଓଙ୍କ ଘରେ ଚଢାଉ ଦେଢକୋଟିରୁ ଅଧିକ ଜବତ | Odisha Reporter
କୋଟିପତି ସିଏସ୍ଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଖାଦ୍ୟ ଯୋଗାଣ ଅଧିକାରୀ (ସିଏସ୍ଓ) ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର,କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ ବରଗଡ଼ର ୧୧ଟି ସ୍ଥାନରେ ଏହି ରେଡ୍ କରାଯାଇଥିଲା। ଚଢ଼ାଉ ବେଳେ ସୁରେଶଙ୍କର ୨ଟି କୋଠା, ଗୋଟିଏ ଫାର୍ମ ଓ ୧୯ ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ। ଏଥିସହ ୫ ଶହ ଶାଗୁଆନ ଗଛ ଥିବା ୪ ଏକର ଜମି, ୧.୭୨ କୋଟିର ବ୍ୟାଙ୍କ ଜମା ଓ ୧.୪୯ ଲକ୍ଷ ନଗଦ ଟଙ୍କା ଠାବ କରିଥିଲା ଭିଜିଲାନ୍ସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
