Advertisment

କୋଟିପତି ଯୋଗାଣ ଅଧିକାରୀ ଗିରଫ

ବ୍ୟାଙ୍କରେ ସୁରେଶ କୁମାର ପାଣିଗ୍ରାହୀଙ୍କର କେବଳ ୧.୭୨ କୋଟି ଟଙ୍କାର ଜମା ରହିଛି।

Advertisment

କୋଟିପତି ସିଏସ୍‌ଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଖାଦ୍ୟ ଯୋଗାଣ ଅଧିକାରୀ (ସିଏସ୍‌ଓ) ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର,କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ ବରଗଡ଼ର ୧୧ଟି ସ୍ଥାନରେ ଏହି ରେଡ୍‌ କରାଯାଇଥିଲା। ଚଢ଼ାଉ ବେଳେ ସୁରେଶଙ୍କର ୨ଟି କୋଠା, ଗୋଟିଏ ଫାର୍ମ ଓ ୧୯ ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ। ଏଥିସହ ୫ ଶହ ଶାଗୁଆନ ଗଛ ଥିବା ୪ ଏକର ଜମି, ୧.୭୨ କୋଟିର ବ୍ୟାଙ୍କ ଜମା ଓ ୧.୪୯ ଲକ୍ଷ ନଗଦ ଟଙ୍କା ଠାବ କରିଥିଲା ଭିଜିଲାନ୍ସ।

Advertisment
Vigilance Raid Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe