ସୋନପୁର: ସୋନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅଜଣା ଯୁବକକୁ ମହାନଦୀ ଭିତରେ ଥିବା ଇଲେକଟ୍ରିକ ଟାୱାରରେ ବାନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଅତି ଅମାନୁଷିକ ଭାବେ ପଛପଟୁ ହାତ ବାନ୍ଧି ୪ ଦିନ ଧରି ଶୀତ କାକରରେ ଇଲେକଟ୍ରିକ ଟାୱାରରେ ବନ୍ଧା ଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସୋନପୁର ପୋଲିସ ଓ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ କିଛି କହିପାରୁନଥିବାବେଳେ କିଏ ଏବଂ କ’ଣ ପାଇଁ ତାକୁ ଏଭଳି ଅବସ୍ଥାରେ ବାନ୍ଧି ରଖିଥିଲା ସେ ନେଇ ତଦନ୍ତ ଜାରି ରହିଥିବା ବୀରମହାରାଜପୁର ଏସଡ଼ିପିଓ ଭବାନୀ ଶଙ୍କର ଉଦଗାତା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।