Advertisment

ମା’ ହତ୍ୟାକାଣ୍ଡରେ ପୁଅ ହେଲା ସାକ୍ଷୀ, ବାପାକୁ ମିଳିଲା ଆଜୀବନ

ସେସନ୍ସ ଚକୋର୍ଟ ବିଚାରପତି ପିପି ଭାଙ୍କର ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଉମେଶକୁ ଆଜୀବନ ଜେଲଦଣ୍ଡ ଦେବା ସହ ୨୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି।

Jail

Jail

Advertisment

ପୁଅର ବୟାନକୁ ଆଧାର କରି ବାପାକୁ ମିଳିଛି ଆଜୀବନ ଜେଲଦଣ୍ଡ। ପିଲାଟିର ମା’ଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବାପା ହିଁ ତାଙ୍କ ମା’ଙ୍କୁ ହତ୍ୟା କରିଥିଲା। ସେତେବେଳେ ପିଲାଟିକୁ ୪ ବର୍ଷ ବୟସ ହୋଇଥିଲା।

Advertisment

୨୦୨୦ରେ ସେ କୋର୍ଟରେ କହିଥିଲେ ଯେ “ମୋ ବାପା ହିଁ ମୋ ମା’ଙ୍କୁ ହତ୍ୟା କରିଛନ୍ତି। ଗୋଟିଏ ଛୁରୀ ତାଙ୍କ ଦେହରେ ଭୁଷା ଯାଇଥିଲା।” ବାସ୍‌ ଏହି ବୟାନ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ସେସନ୍ସ କୋର୍ଟ ଦାଦରରରେ ରହୁଥିବା ଜଣେ ୪୮ ବର୍ଷୀୟ ଦାନ୍ତ ଡାକ୍ତରକୁ ସୋମବାର ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ଦାନ୍ତ ଡାକ୍ତର ଜଣକ ତାଙ୍କ ୩୬ ବର୍ଷୀୟ ପତ୍ନୀଙ୍କୁ ୨୦୧୬ରେ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛି। ପୀଡ଼ିତା ତନୁଜା ବୋବାଲେଙ୍କ ଦେହରେ ୩୭ଟି କ୍ଷତ ଚିହ୍ନ ରହିଥିଲା। ଦୋଷୀ ସାବ୍ୟସ୍ତ ହୋଇଥିବା ଉମେଶ ୨୦୧୬ ଡିସେମ୍ବର ୧୧ରେ ତନୁଜାଙ୍କୁ ହତ୍ୟା କରିବା ପରେ ନିଜେ ହିଁ ପୁଲିସକୁ ଫୋନ କରି ଆତ୍ମସମର୍ପଣ କରିଥିଲା।

Advertisment

ସରକାରୀ ଓ ପ୍ରତିପକ୍ଷଙ୍କ ଓକିଲଙ୍କ ୫୪ଟି ପ୍ରଶ୍ନର ଉତ୍ତର ପୂରା ଘଟଣାର ମୁଖ୍ୟ ସାକ୍ଷୀ ତଥା ଦମ୍ପତିଙ୍କ ପୁଅ ଦେଇଥିଲା। ସେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କୁ ପ୍ରଥମେ ୨୦୨୦ରେ ମୁଖ୍ୟ ସାକ୍ଷୀ ଭାବେ ହାଜର କରାଯାଇଥିଲା।

ପିଲାଟି କହିଥିଲା ଯେ ଗୋଟିଏ ଛୁରୀରେ ତାଙ୍କ ବାପା ଯେତେବେଳେ ମା’ଙ୍କୁ ଆକ୍ରମଣ କରିଥିଲେ ସେତେବେଳେ ସେ ଏହାକୁ ଦେଖି ଆଦୌ ଚିତ୍କାର କରି ନଥିଲେ। କିନ୍ତୁ ତାଙ୍କ ହୃହୟ ଭିତରେ କିଛି ଗୋଟିଏ ହୋଇଥିଲା।

ସେ କହିଛି, “ମୋ ମା’ଙ୍କୁ ହତ୍ୟା କରାଯିବା ଘଟଣା ମୁଁ ନିଜ ଆଖିରେ ଦେଖିଛି। ରାତି ବେଳା ମୋ ବାପା ହଠାତ୍‌ ମୋ ମା’ଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ମୋତେ ଏହି ସମୟରେ ଆଈଙ୍କ ରୁମରେ ସେ ଲକ୍‌ କରି ଦେଇଥିଲେ।” ଏହି ବୟାନକୁ ଆଧାର କରି କୋର୍ଟ ନିଜର ରାୟ ଶୁଣାଇଛନ୍ତି। 

ପିଲାଟିର ମାମୁ କହିଛନ୍ତି, ଉମେଶ ସବୁବେଳେ ତନୁଜାଙ୍କ ଚରିତ୍ରକୁ ସନ୍ଦେହ କରୁଥିଲା। ଏପରି କି ତନୁଜା ଛୁଆ ଜନ୍ମ କରିବା ପରେ ମଧ୍ୟ ପିଲାଟିର ବାପା ସେ ନୁହେଁ ବୋଲି ଉମେଶ କହିଥିଲା। ଏଥିପାଇଁ ଡିଏନଏ ଟେଷ୍ଟ ମଧ୍ୟ କରାଇଥିଲା। ତେବେ ତା’ର ଦାବି ଭୁଲ ପ୍ରମାଣିତ ହୋଇଥିଲା ବୋଲି ସେ କହିଛନ୍ତି।

ସ୍ୱତନ୍ତ୍ର ସରକାରୀ ଓକିଲ ଆର ବି କିନି ୧୦ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିଥିଲେ। ଏମାନଙ୍କ ମଧ୍ୟରେ ତନୁଜା ଓ ଉମେଶଙ୍କ ଛୋଟ ପୁଅ ମଧ୍ୟ ରହିଥିଲା। ତନୁଜାଙ୍କ ଭାଇ, ଉମେଶର ମାଉସୀ ଓ ବିଲଡିଂ ୱାଚମ୍ୟାନଙ୍କ ବୟାନ ରେକର୍ଡ କରାଯାଇଥିଲା।

ଶୁଣାଣି ବେଳେ ଉମେଶ ନିଜର ମାନସିକ ସ୍ଥିତି ଠିକ ନଥିବା ଦର୍ଶାଇବା ସହ ସେ ଅଜାଣତରେ ଏପରି କରିଥିବା ସଫେଇ ଦେଇଥିଲା। କିନ୍ତୁ କୋର୍ଟ ଏହାକୁ ଆଦୌ ଗ୍ରହଣ କରି ନଥିଲେ। ଏହାପୂର୍ବରୁ ଜଣେ ମନସତ୍ତ୍ୱବୀତଙ୍କୁ ମଧ୍ୟ ଡକା ଯାଇଥିଲା। ସେ ପରୀକ୍ଷା କରି ଉମେଶର ମାନସିକ ସ୍ଥିତି ଠିକ ଥିବା ପ୍ରମାଣପତ୍ର ଦେଇଥିଲେ।

ତନୁଜା ୨୦୦୯ରେ ଉମେଶଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ସେତେବେଳେ ଏହାକୁ ନେଇ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। କିନ୍ତୁ ୨୦୧୬ରେ ଉମେଶ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ।

ସେସନ୍ସ ଚକୋର୍ଟ ବିଚାରପତି ପିପି ଭାଙ୍କର ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଉମେଶକୁ ଆଜୀବନ ଜେଲଦଣ୍ଡ ଦେବା ସହ ୨୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ୨୦୧୬ ଡିସେମ୍ବର ୧୧ରେ ହିଁ ପୁଲିସ୍‌ ଉମେଶକୁ ଗିରଫ କରିଥିଲା। ସେବେ ଠାରୁ ସେ ଜେଲରେ ରହିଛି। ପିଲାଟି ତା’ ମା’ଙ୍କ ପରିବାର ଲୋକଙ୍କ ପାଖରେ ରହୁଛନ୍ତି।

Mumbai Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe