Advertisment

ସ୍ପେନ ମହିଳାଙ୍କୁ ଗଣଦୁଷ୍କର୍ମ, ୩ ଅଟକ

ସ୍ୱାମୀଙ୍କ ସହ ବାଇକରେ ଯିବା ସମୟରେ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

author-image
Debibandita Barick
Representative Image

Representative Image

ଭାରତ ଭ୍ରମଣ କରିବାକୁ ଆସିଥିବା ଜଣେ ସ୍ପେନ ମହିଳା ଗଣଦୁଷ୍କର୍ମର ଶିକାର। ଗତକାଲି ବିଳମ୍ବିତ ରାତିରେ ଝାଡଖଣ୍ଡର ଡୁମକା ଜିଲ୍ଲାରେ ଦୁଷ୍କର୍ମର ଶିକାର ହୋଇଛନ୍ତି ମହିଳା ଜଣକ। ସ୍ୱାମୀଙ୍କ ସହ ବାଇକରେ ଯିବା ସମୟରେ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ୪୫ ବର୍ଷୀୟ ଏହି ମହିଳା ଜଣକ ସ୍ୱାମୀଙ୍କ ସହ ଭାରତ ବୁଲିବାକୁ ଆସିଥିଲେ। ଗତକାଲି, ସେ ତାଙ୍କ ସ୍ୱାମୀଙ୍କ ସହ ବାଇକରେ ଯାଉଥିଲେ। ଏହି ସମୟରେ ୮-୧୦ ଜଣ ଲୋକ ସେମାନଙ୍କୁ ଅଟକାଇ ଜୋର ଜବରଦସ୍ତ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। 

ପୁଲିସ କହିଛି ଯେ, ଗତକାଲି ୧୦.୩୦-୧୧ ମଧ୍ୟରେ ଏହି ମହିଳା ଜଣକ ପୁଲିସ ଭ୍ୟାନକୁ ଅଟକାଇଥିଲେ। ପାଟ୍ରୋଲିଂ ସମୟରେ ସେ କ୍ଷତବିକ୍ଷତ ହୋଇ ପୁଲିସ ଗାଡିକୁ ଅଟକାଇ ସାହାଯ୍ୟ ମାଗିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚା କରାଯିବା ସହ ଅଧିକ ତଦନ୍ତ କରାଯାଉଥିବା ପୁଲିସ କହିଛି। ସେପଟେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।  

Gang Rape Spanish Tourist Jharkhand Police