Advertisment

ଶିକ୍ଷୟିତ୍ରୀଙ୍କୁ ଲାଞ୍ଚ ମାଗିଥିଲେ କିରାଣି, ପ୍ରଥମ କିସ୍ତିରେ ୨୦ ହଜାର ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ଶିକ୍ଷୟିତ୍ରୀଙ୍କ କାମଟି କରି ଦେବା ପାଇଁ ୪୦ ହଜାର ଟଙ୍କା ମାଗିଥିଲେ ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ।

author-image
Jitendra Garnayak
Sr Clerck

Sr Clerck

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ। ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ।

Advertisment

ସୂଚନା ଅନୁଯାୟୀ, ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରୁବୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୁସୟା ନାୟକଙ୍କର ବିଇଓ ଅଫିସରେ କିଛି କାମ ଅଟକି ରହିଥିଲା। ଉକ୍ତ କାମ କରି ଦେବା ପାଇଁ ସେ ବହୁବାର ବିଇଓ ଅଫିସକୁ ଦୌଡ଼ି ଦୌଡ଼ି ହଇରାଣ ହୋଇଥିଲେ। କାମଟି କରି ଦେବା ପାଇଁ ବିଇଓ ଅଫିସର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ ତାଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହା ପରେ ଶିକ୍ଷୟିତ୍ରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ମୁତାବକ ଆଜି ଶିକ୍ଷୟିତ୍ରୀ ଜଣଙ୍କ କିରାଣି ରବୀନ୍ଦ୍ରନାଥ ପାଢ଼ୀଙ୍କୁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଦେଇଥିଲେ। ଶ୍ରୀ ପାଢ଼ୀ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହା ପରେ ତାଙ୍କ ବୁଟୁପାଲି ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା।

Advertisment
Bribe Odisha Vigilance Vigilance Net