Advertisment

୫୦୦ ନେଇଥିଲେ, ଆଉ ୪୫୦୦ ନେବା ବେଳେ ଧରାପଡ଼ିଲେ

ଲାଞ୍ଚ ନେଇ ଧରାପଡ଼ିବା ପରେ ଏସ୍‌ଆରଏଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

author-image
Jitendra Garnayak
Hemant Kumar Terai

Hemant Kumar Terai

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଅଫିସର ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ (ଏସ୍‌ଆରଏ) ହେମନ୍ତ କୁମାର ତେରାଇ।

Advertisment

ଜଣେ ବ୍ୟକ୍ତିଙ୍କ ଜମିର ସୀମା ନିରୂପଣ କରିବା ପାଇଁ ଏକ ତାରିଖ ଧାର୍ଯ୍ୟ କରିବାକୁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିଛି ଦିନ ତଳେ ପ୍ରଥମ କିସ୍ତିରେ ସେ ୫୦୦ ଟଙ୍କା ନେଇଥିଲେ। ବାକି ୪୫୦୦ ଟଙ୍କା ନଦେଲେ କାମ ହୋଇପାରିବ ନାହିଁ ବୋଲି କହି ସେ ଉକ୍ତ ବ୍ୟକ୍ତିଙ୍କ ଉପରେ ଚାପ ପକାଉଥିଲେ।

ଅନ୍ୟକୌଣସି ଉପାୟ ନପାଇ ବ୍ୟକ୍ତି ଜଣଙ୍କ ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଆଜି ବ୍ୟକ୍ତି ଜଣଙ୍କ ଏସ୍‌ଆରଏ ହେମନ୍ତ କୁମାର ତେରାଇଙ୍କୁ ବାକି ୪୫୦୦ ଟଙ୍କା ଦେଇଥିଲେ। ଏସ୍‌ଆରଏ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ତେରାଇଙ୍କର ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହାର ତଦନ୍ତ ଜାରି ରହିଛି।

Odisha Vigilance