Advertisment

ମେସେଜ୍ କ୍ଲିକ୍ କରିବା ପରେ ବ୍ରାଣ୍ଡ ଭାଉଚର ନାଁରେ କଟିଗଲା ୨୦ ହଜାର ଟଙ୍କା

ଯୁବକ ଜଣକ ବ୍ୟାଙ୍କର ଟୋଲ୍ ଫ୍ରି ନମ୍ବରରେ ଜଣାଇବା ଯୋଗୁଁ ଆକାଉଣ୍ଟ ବନ୍ଦ କରିବା ପରେ ଟଙ୍କା କଟିବା ବନ୍ଦ ହୋଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Bhadrak

Bhadrak

ଗିଫ୍ଟ କାର୍ଡ ଲିଙ୍କ୍ କ୍ଲିକ୍ ପରେ ଅଚଳ ହୋଇଗଲା ମୋବାଇଲ୍, ଆକାଉଣ୍ଟରୁ କଟିଗଲା ଟଙ୍କା। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ବାଉଦପୁର ଅଞ୍ଚଳରେ।

Advertisment

ସୂଚନା ଅନୁସାରେ ଶ୍ରୀକାନ୍ତ କୁମାର ସ୍ୱାଇଁ ନାମକ ଯୁବକଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ମେସେଜ କ୍ଲିକ୍ କରିବା ମାତ୍ରେ ମୋବାଇଲ କାମ କଲା ନାହିଁ। ଏହା ପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ନେଇ ମେସେଜ ଆସିଲା। ୟୁପିଆଇ ଆକାଉଣ୍ଟ ମଧ୍ୟ ଖୋଲିଲା ନାହିଁ। ଶେଷରେ ବ୍ରାଣ୍ଡ ଭାଉଚର ନାମରେ ପ୍ରାୟ ୨୦ ହଜାର ଟଙ୍କା ଆକାଉଣ୍ଟରୁ କଟିଗଲା।

ଯୁବକ ଜଣକ ବ୍ୟାଙ୍କର ଟୋଲ୍ ଫ୍ରି ନମ୍ବରରେ ଜଣାଇବା ଯୋଗୁଁ ଆକାଉଣ୍ଟ ବନ୍ଦ କରିବା ପରେ ଟଙ୍କା କଟିବା ବନ୍ଦ ହୋଇଥିଲା। ଏନେଇ ସାଇବର କ୍ରାଇମ୍‌ରେ ଅଭିଯୋଗ ମଧ୍ୟ କରିଛନ୍ତି ଯୁବକ।

Advertisment
Cyber Crime