Advertisment

ଶ୍ରୀମନ୍ଦିର ପାର୍ଶ୍ୱରେ ବରିଷ୍ଠ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ

ଆଜି ସନ୍ଧ୍ୟା ବେଳେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଜୋତା ଷ୍ଟାଣ୍ଡ ପାର୍ଶ୍ୱରୁ ଗାଡ଼ି କାଢୁଥିଲେ ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ। ଠିକ୍‌ ସେତିକି ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।

author-image
Manoranjan Sial
puri

puri

ଶ୍ରୀମନ୍ଦିର ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ତାଙ୍କୁ ଆକ୍ରମଣ କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଛି, ତାହା ଜଣାପଡ଼ି ନାହିଁ।

Advertisment

ଆଜି ସନ୍ଧ୍ୟା ବେଳେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଜୋତା ଷ୍ଟାଣ୍ଡ ପାର୍ଶ୍ୱରୁ ଗାଡ଼ି କାଢୁଥିଲେ ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ। ଠିକ୍‌ ସେତିକି ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ତାଙ୍କ ହାତର ମଣି ବନ୍ଧ ଓ କୁହୁଣୀରେ ଗଭୀର କ୍ଷତ ହୋଇଛି। ଏହାଛଡ଼ା ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଅନ୍ୟ ସେବାୟତ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତେବେ କିଏ ଓ କେଉଁ କାରଣରୁ ତାଙ୍କ ଆକ୍ରମଣ କରିଛନ୍ତି, ତାହା ଜଣାପଡ଼ି ନାହିଁ।

ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ବକ୍ସି ରାମଚନ୍ଦ୍ର ପ୍ରତିହାରୀ ହେଉଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସୁପରଭାଇଜର। ଆନନ୍ଦ ବଜାର ସଂସ୍କାରରେ ତାଙ୍କର ଗୁରୁଦାୟିତ୍ୱ ରହିଥିଲା। ଏହାଛଡ଼ା ଲୁହା କଢ଼େଇ ବିବାଦ ଓ ଓମ୍‌ଫେଡ୍‌ ଘିଅ ପ୍ରଚଳନରେ ମଧ୍ୟ ସେ ପ୍ରମୁଖ ଭୂମିକା ନେଉଥିଲେ। ଏହି ବିବାଦ ପାଇଁ ତାଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment
Puri