Advertisment

ଗାଡ଼ି ଚଲାଇ ଧରାପଡ଼ିଲେ ୧୫୩ ସ୍କୁଲ ପିଲା

ସାରା ରାଜ୍ୟରେ ଆରମ୍ଭ ହୋଇଛି ପରିବହନ ବିଭାଗର ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲାର ୩୮ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ କଡ଼ାକଡ଼ି ଯାଞ୍ଚ ହେଉଛି।

ଅଦ୍ୟତନ ହୋଇଛି
RTO

RTO

Advertisment

ଗାଡି ଚଲାଇ ଧରାପଡ଼ିଛନ୍ତି ୧୫୩ ସ୍କୁଲ ପିଲା। ଏଥିପାଇଁ ଜରିମାନା ଗଣିବେ ବାପା-ମାଆ। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହୋଇଥିବା ସ୍ପେଶାଲ ଡ୍ରାଇଭରେ ଆଜି ପ୍ରଥମ ଦିନରେ ମୋଟ୍‌ ୬୦ଟି ଗାଡ଼ି ଜବତ ହୋଇଛି। ରାଜ୍ୟ ପରିବହନ ପ୍ରାଧିକରଣ(STA) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ସାରା ରାଜ୍ୟରେ ଆରମ୍ଭ ହୋଇଛି ପରିବହନ ବିଭାଗର ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲାର ୩୮ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ କଡ଼ାକଡ଼ି ଯାଞ୍ଚ ହେଉଛି। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସ୍ପେଶାଲ ଡ୍ରାଇଭର ପ୍ରଥମ ଦିନରେ ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଇଥିଲା। ଏହି କ୍ରମରେ ସମୁଦାୟ ୧୫୩ଟି ଚାଲାଣ କଟିଥିବା ବେଳେ ୬୦ଟି ଗାଡ଼ି ଜବତ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର-୨ରୁ ୧୧ ଚାଲାଣ କଟିଛି। ଭୁବନେଶ୍ୱର-୧ରୁ ୭ ଓ ଖୋର୍ଦ୍ଧା ଏଆରଟିଓରୁ ୩ ଚାଲାଣ କଟିଛି। ସେହିପରି କଳାହାଣ୍ଡିରେ ୧୨, କଟକରେ ୧୦, କୋରାପୁଟରେ ୮, ଗଞ୍ଜାମ ଓ ରାୟଗଡ଼ାରେ 7 ଲେଖାଏଁ ଚାଲାଣ କଟିଛି। ସେହିଭଳି ରାୟଗଡ଼ାରେ ସର୍ବାଧିକ ୭ ଗାଡ଼ି ସିଜ୍ ହୋଇଥିବା ବେଳେ ରାଉରକେଲା ଓ ବଲାଙ୍ଗିରରେ ୬ ଲେଖାଏଁ, ବାଲେଶ୍ୱର ଓ ସୋନପୁରରେ ୫ ଲେଖାଏଁ ଗାଡ଼ି ଜବତ ହୋଇଛି। କଳାହାଣ୍ଡିରେ ୪, ତାଳଚେର, ଅନୁଗୋଳ, ଭୁବନେଶ୍ୱର ୧ ଏବଂ ଏଆରଟିଓ ଖୋର୍ଦ୍ଧା ପକ୍ଷରୁ ୩ ଲେଖାଏଁ ଗାଡ଼ିକୁ ଜବତ କରାଯାଇଛି।

Advertisment

ସୋମବାର ସକାଳୁ ଏହି ଧରପଗଡ଼ ଆରମ୍ଭ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ସ୍କୁଲ-କଲେଜ ନିକଟରେ ପରିବହନ ବିଭାଗର ଟିମ୍ ଯାଞ୍ଚ କରିଥିଲେ। ସାବାଳକ ହୋଇ ନଥିବା, ଡ୍ରାଇଭିଂ ଲାଇସେନ୍ସ ନଥିବା ଅନେକ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ବାଇକ, ସ୍କୁଟି ନିଜେ ଚଲାଇ ଆସିଥିଲେ। ମୋଟର ଯାନ ଆଇନ ୧୯୮୮ର ଧାରା ୧୯୯ (କ) ଅନୁଯାୟୀ ଏଭଳି ବେଆଇନ ଗାଡ଼ି ଚାଳକଙ୍କୁ ଧରିଛି ଯାଞ୍ଚ ଟିମ୍‌। ଏହି ଆଇନ ଅନୁଯାୟୀ ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କ ବିରୋଧରେ ୨୫ ହଜାର ଟଙ୍କାର ଜରିମାନା ଲଗାଇବାର ବ୍ୟବସ୍ଥା ରହିଛି। ଏପରିକି କିଛି କ୍ଷେତ୍ରରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଗାଡ଼ିକୁ ଜବତ କରିବାର ପ୍ରାବଧାନ ମଧ୍ୟ ରହିଛି।

ଏହି ଏନଫୋର୍ସମେଣ୍ଟ ଆଗକୁ ମଧ୍ୟ ଜାରି ରହିବ ବୋଲି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର କହିଛନ୍ତି। କେବଳ ନାବାଳକ/ନାବାଳିକା ଗାଡ଼ି ଚାଳନା ନୁହେଁ, ଫିଟନେସ, ହେଲମେଟ୍, ସିଟ୍ ବେଲ୍ଟ, ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚାଳନାଭଳି ବିଷୟକୁ ନେଇ ଏନଫୋର୍ସମେଣ୍ଟ କରାଯିବ। ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ କଠୋର ପଦକ୍ଷେପ ନେବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି।

Bhubaneswar RTO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe