Advertisment

ଏକ ଫୁଲ ଦୋ ମାଲି: ଇନଷ୍ଟା ଲଭଷ୍ଟୋରୀ ଓ ୫୦ ଥର ଛୁରୀ ଭୁଷି ହତ୍ୟା

ଏବେ ଗୋଟିଏ ହତ୍ୟା ମାମଲାରେ ଅରମାନ ଜେଲରେ। ସେ ମାହିର ଓରଫ ଇମରାନ ନାମକ ଆଉ ଜଣେ ଯୁବକଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ୫୦ ଥର ଛୁରୀ ଭୁଷି ହତ୍ୟା କରିଛନ୍ତି।

author-image
Hemant Lenka
Mahir

Mahir

ଅନେକ ଯୁବକଙ୍କ ଭଳି ୧୮ ବର୍ଷୀୟ ଅରମାନ ଖାନ ମଧ୍ୟ ଇନଷ୍ଟାଗ୍ରାମରେ ନିଜ ପ୍ରେମକୁ ଖୋଜୁଥିଲେ। ଏସବୁ ଭିତରେ ୨୧ ବର୍ଷୀୟ ଜଣେ ଯୁବତୀଙ୍କୁ ସେ ପ୍ରେମ କରି ବସିଲେ। କିନ୍ତୁ ଏହି ପ୍ରେମ ସମ୍ପର୍କରେ ସମୟ ବିତିବା ସହ ବେଶ ଟ୍ୱିଷ୍ଟ ଆଉ ଟର୍ଣ୍ଣ ଆସିଥିଲା।

Advertisment

ଏବେ ଗୋଟିଏ ହତ୍ୟା ମାମଲାରେ ଅରମାନ ଜେଲରେ। ସେ ମାହିର ଓରଫ ଇମରାନ ନାମକ ଆଉ ଜଣେ ଯୁବକଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ୫୦ ଥର ଛୁରୀ ଭୁଷି ହତ୍ୟା କରିଛନ୍ତି। ବୁଧବାର ରାତିରେ ଦିଲ୍ଲୀର ଭାଗିରଥୀ ବିହାରରେ ଏପରି ଘଟଣା ଘଟିଛି।

ଗୋଟିଏ ଝିଅ ପାଇଁ ଇନଷ୍ଟାଗ୍ରାମରେ ପ୍ରେମ ଖୋଜୁଥିବା ଅରମାନ ଏବେ ହତ୍ୟା ଅଭିଯୋଗରେ ଫସିଛନ୍ତି। ଅରମାନ ଯେଉଁ ଝିଅକୁ ଭଲ ପାଉଥିଲେ. ତାଙ୍କୁ ମାହିର ମଧ୍ୟ ଡେଟ କରୁଥିଲେ। ଅରମାନଙ୍କ ଭଳି ସେମାନେ ମଧ୍ୟ ଇନଷ୍ଟାଗ୍ରାମରେ ବେଶ ସକ୍ରିୟ ଥିଲେ।

Advertisment

ଯୁବତୀଙ୍କ ସହ ସାମାନ୍ୟ ଯୁକ୍ତିରୁ ଅରମାନ ଏତେ ବଡ଼ କାଣ୍ଡ ଘଟାଇଛନ୍ତି। ଅରମାନ ଇନଷ୍ଟାରେ ଦେଖିଥିବା ଯୁବତୀଙ୍କୁ ଭଲ ପାଉଥିଲେ। କିନ୍ତୁ ଯୁବତୀ ଜଣଙ୍କ ମାହିରଙ୍କୁ ପସନ୍ଦ କରୁଥିଲେ। ଏକଥା ଅରମାନ ଜାଣିବା ପରେ ଯୁବତୀଙ୍କୁ ବୁଝାଇଥିଲେ। କିନ୍ତୁ ସେ କିଛି ବି ଶୁଣି ନଥିଲେ। ଏଥିରେ ରାଗି ଯାଇ ଅରମାନ ବୁଧବାର ରାତିରେ ମାହିରଙ୍କୁ ହତ୍ୟା କରିଛନ୍ତି। ମାହିରଙ୍କ ମୃତଦେହ ଦିନକ ପରେ ରାସ୍ତା କଡ଼ରୁ ମିଳିଥିଲା।

ପ୍ରଥମେ ମାହିରଙ୍କୁ ନେଇ ଅରମାନ ଓ ଯୁବତୀଙ୍କର ପାଟିତୁଣ୍ଡ ହୋଇଥିଲା। ଏତିକି ବେଳେ ଅରମାନ ବଳପୂର୍ବକ ଯୁବତୀଙ୍କ ଫୋନ ଛଡ଼ାଇ ନେଇଥିଲେ। ଫୋନରେ ମାହିର ଭିଡିଓ କଲରେ ଥିଲେ। ଏହା ଦେଖି ଅରମାନ ଭାଙ୍ଗି ପଡ଼ିଥିଲେ। କିଛି ଦିନ ଏମିତି ବିବାଦ ମଧ୍ୟରେ ୩ ଜଣ ଆଗକୁ ବଢ଼ିଥିଲେ।

ଗୋଟିଏ ଦିନ ଅରମାନ ଫୋନ କରି ମାହିରଙ୍କୁ ଡାକିଥିଲେ ଓ ଯୁବତୀଙ୍କ ଫୋନ ଫେରାଇ ଦେବାକୁ ଚାହୁଁଥିବା କହିଥିଲେ। ଏହା ଶୁଣି ମାହିର ତୁରନ୍ତ ଅରମାନ କହିଥିବା ଠିକଣାରେ ପହଞ୍ଚିଥିଲେ। ବାସ୍‌ ଏତିକି ବେଳେ ଅରମାନ ଓ ତାଙ୍କର ଦୁଇ ସହଯୋଗୀ ଫୈଜଲ ଓ ମହମ୍ମଦ ସମୀର ମିଳିତ ଭାବେ ମାହିରଙ୍କୁ ଆକ୍ରମଣ କରିଥିଲେ।

ଅରମାନ ଛୁରୀ ଧରି ମାହିରଙ୍କୁ ୫୦ ଥର ଭୁଷି ଥିଲେ। ଏହାପରେ ରାସ୍ତା କଡ଼ରେ ମୃତଦେହ ଫିଙ୍ଗି ଚାଲି ଯାଇଥିଲେ। ପୁଲିସ୍‌ ଯୁବତୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଅରମାନ, ଫୈଜଲ ଓ ମହମ୍ମଦଙ୍କୁ ଗିରଡ଼ଫ କରିଛି।

ଡିସିପି(ଉତ୍ତରପୂର୍ବ) ଜୟ ତିର୍କୀ କହିଛନ୍ତି ଯେ ରାସ୍ତା କଡ଼ରୁ ମୃତଦେହ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ମୃତଦେହଟି ମାହିରଙ୍କର ବୋଲି ଜଣାପଡ଼ିଥିଲା। ଡିସେମ୍ବର ୨୭ରେ ମୃତଦେହ ମିଳିବା ପରେ ପୁଲିସ୍‌ ଏଫଆଇର ରୁଜୁ କରିଥିଲା।

ମାହିରଙ୍କ ଦେହସାରା ଛୁରୀ ଭୁଷାର ଦାଗ ରହିଥିଲା। ଫରେନ୍ସି ଟିମ ଘଟଣାସ୍ଥଳରେ ଯାଞ୍ଚ କରି ଗୋଟିଏ ଛୁରୀ ପାଇଥିଲା। ମୃତଦେହକୁ ଜିଟିବି ହସ୍ପିଟାଲର ଶବାଗାରକୁ ନିଆଯାଇଥିଲା। ତଦନ୍ତ ପରେ ଏବେ ଏପରି ତଥ୍ୟ ସାମ୍ନାକୁ ଆସିଥିବା ଡିସିପି କହିଛନ୍ତି।

ମାହିର ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରେ ଫ୍ଲେକ୍ସ ବୋର୍ଡ ତିଆରି କରୁଥିବା ଗୋଟିଏ କମ୍ପାନୀର ସୁପର ଭାଇଜର ଭାବେ ମାହିର କାମ କରୁଥିଲା। କିନ୍ତୁ ସୋଶାଲ ମିଡିଆ ପ୍ରେମ ଯୋଗୁ ତାଙ୍କ ଜୀବନ ଯାଇଛି।

Murder Delhi