Advertisment

ଯୁବକଙ୍କ ପେଟରେ ଛୁରୀ ଭୁଷିଦେଲେ ଦୁର୍ବୃତ୍ତ, ଅବସ୍ଥା ଗୁରୁତର

ବାଲେଶ୍ୱରରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଏହି ଛୁରା ମାଡ଼ ଯୋଗୁ ଯୁବକଜଣକ ଗୁରୁତର ହୋଇଥିବା ବେଳେ ଫେରାର ହୋଇଯାଇଛି ଦୁର୍ବୃତ୍ତ।

author-image
Niharika Rout
undefined

Stabbing

ବାଲେଶ୍ୱରରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଏହି ଛୁରା ମାଡ଼ ଯୋଗୁ ଯୁବକଜଣକ ଗୁରୁତର ହୋଇଥିବା ବେଳେ ଫେରାର ହୋଇଯାଇଛି ଦୁର୍ବୃତ୍ତ। ଗୁରୁତର ଯୁବକଜଣକ ହେଲେ ଶେଖ ସଲିମ ।

Advertisment

ଗତକାଲି ରାତିରେ ଶେଖ ସଲିମ ଟାଉନ ଥାନା ହେମକାପଦା ମଦ କାଉଣ୍ଟର ନିକଟରେ ଥିଲେ। ଉକ୍ତ ସମୟରେ ଅତର୍କିତ ଭାବେ ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ଼ କରିଥିଲେ । ଏହାପରେ ଦୁର୍ବୃତ୍ତଜଣକ ସେଠୁ ଫେରାର ହୋଇ ଯାଇଥିଲେ।

ଶେଖ ସଲିମଙ୍କ ଚିତ୍କାର ଶୁଣି ତାଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ପେଟରେ ଦୁଇଟି ଜାଗାରେ ଛୁରାମାଡ ହୋଇଛି। ଫଳରେ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଏହି ଘଟଣାକୁ ନେଇ ବାଲେଶ୍ୱର ମେଡିକାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ବାଲେଶ୍ୱର ଟାଉନ ଥାନା ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ତେବେ କିଏ ଓ କାହିଁକି ଏହି ଛୁରା ମାଡ଼ କରିଛି ତାହା ସ୍ପଷ୍ଟ ହୋଇନି।

Balasore