/odisha-reporter/media/post_attachments/uploadimage/library/16_9/16_9_0/suvalaxmi_1691647796.jpg)
suvalaxmi
କଲେଜ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଘଟଣାକୁ ଗୁରୁତର ନେବା ସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହାସହ ମହିଳା କମିଶନ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଖୋଲିବାରେ ଲାଗିଛି ଗୋଟେ ପରେ ଗୋଟେ ଗୁମର। ଶୁଭଲକ୍ଷ୍ମୀଙ୍କ ପୂର୍ବତନ ପ୍ରେମିକ ଏମ୍ଏମ୍ଏସ୍ (MMs) ସୁଟିଂ କରି ସୋଶାଲ ମିଡିଆରେ ଭାଇରାଲ କରିବା ଯୋଗୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ଜଣାପଡ଼ିଛି। ତେବେ ଏହି MMs କେଉଁଠୁ ସୁଟିଂ କରାଯାଇଥିଲା, ଏହି ଘଟଣାରେ କେଉଁମାନେ ସଂପୃକ୍ତି ରହିଛି ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ସେହିପରି ପୁଲିସ ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ୍ ରେକର୍ଡକୁଛାନଭିନ୍ କରୁଛି। ମୃତ୍ୟୁ ଦିନ କାହା ସହ କଥା ହୋଇଥିଲେ ? ଗତ ଦୁଇ ମାସ ମଧ୍ୟରେ କାହାକୁ କଲ୍ କରିଥିଲେ ଓ କାହାକୁ ମେସେଜ୍ କରିଥିଲେ, ସେ ସବୁକୁ ତନ୍ନ ତନ୍ନ କରି ପୁଲିସ ଯାଞ୍ଚ କରୁଛି। ଶୁଭଲକ୍ଷ୍ମୀ ଜଣେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କରେ ଆସିବା ପରେ ସେ ବିଭିନ୍ନ ବାରରେ କାମ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛିା ଏହାସହ ଶୁଭଲକ୍ଷ୍ମୀ କମଳା ନେହରୁ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିଲେ । କିନ୍ତୁ ଦ୍ୱିତୀୟ ବର୍ଷରେ ଫର୍ମ ଫିଲପ୍ କରିନଥିବା କଲେଜ୍ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ହୋଟେଲରୁ ଉଦ୍ଧାର କରାଯାଇଥିଲା। ଆଜିକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଜଣାପଡ଼ି ନାହିଁ। ପୁଲିସ ଏହି ଶୁଭଲକ୍ଷ୍ମୀ ପରିବାର ଲୋକଙ୍କ ସମେତ୧୨ ଜଣଙ୍କୁ ପଚରାଉଚରା କରିସାରିଲାଣି। ଏପରିକି ଶୁଭଲକ୍ଷ୍ମୀଙ୍କୁ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରି ସାରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
