Advertisment

ବିସର୍ଜନ ପୂର୍ବରୁ ଚୋରି ହୋଇଗଲା ଗଣେଶ ମୂର୍ତ୍ତି

ଆଜି ବିସର୍ଜନ ହେବାର ଥିଲା, ହେଲେ ତା’ ପୂର୍ବରୁ ଚୋରି ହୋଇଗଲା ଗଣେଶଙ୍କ ମୂର୍ତ୍ତି।

author-image
Jitendra Garnayak
Puja Pendal

Puja Pendal

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୂଜା ପେଣ୍ଡାଲରୁ ଗଣେଶ ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ।

Advertisment

ଆଜି ଏଠାରେ ବିସର୍ଜନ ହେବାର ଥିଲା। ବିସର୍ଜନ ପୂର୍ବରୁ ମୂର୍ତ୍ତି ଚୋରି ହୋଇଯାଇଥିବା ନେଇ ସଂପୃକ୍ତ ପୂଜା କମିଟି ପକ୍ଷରୁ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରାଯାଇଛି।

କମିଟିର କହିବା ଅନୁଯାୟୀ, ଗତକାଲି ରାତିରେ ବଙ୍ଗୋମୁଣ୍ଡାର ଆଉ ଏକ ଗଣେଶ ପୂଜା ପେଣ୍ଡାଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଥିପାଇଁ କମିଟିର ସମସ୍ତ ସଦସ୍ୟ ସେଠାକୁ ଚାଲିଯାଇଥିଲେ। ବିଳମ୍ବିତ ରାତିରେ ଫେରିବା ପରେ ସେମାନେ ତାଙ୍କ ପେଣ୍ଡାଲରେ ଗଣେଶଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ। କେହି ମୂର୍ତ୍ତିକୁ ଚୋରି କରି ନେଇଥିଲେ।

Advertisment

କମିଟି ପକ୍ଷରୁ ଆଜି ସକାଳେ ଏନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରାଯାଇଛି। ବଙ୍ଗୋମୁଣ୍ଡା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କିଏ ଓ କାହିଁକି ପୂଜା ପେଣ୍ଡାଲରୁ ଗଣେଶଙ୍କ ମୂର୍ତ୍ତି ଚୋରି କଲେ, ତାହା ଜଣାପଡ଼ିନାହିଁ।

କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀଙ୍କ ରିପୋର୍ଟ

Ganesh Puja Lord Ganesh Idol Thief