Advertisment

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲେ ସାବତ ମାଆ!

ସୁକୁଟା ଦୁଃଖେ କଷ୍ଟେ କାମଦାମ କରି ଚଳୁଥିଲେ। ଆଉ ସାନ ଝିଅ ତୁଳସୀକୁ ପାଠ ପଢ଼ାଉଥିଲେ। ତେବେ ୨ ବର୍ଷ ତଳେ ସୁକୁଟା କଳପଙ୍ଗି ଗାଁର ମଣ୍ଡା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ ପରେ ମଣ୍ଡା ମାଆ ହୋଇଥିଲେ। ତାଙ୍କର ପୁଅଟିଏ ହୋଇଥିଲା।

author-image
Manoranjan Sial
Crime

Crime

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ସାବତ ମାଆ! ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଶ୍ମଶାନରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ସାମତ ମାଆକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଫତେଗଡ ଥାନା ବାଉଁଶବାଟୀ ପଞ୍ଚାୟତର ପୋଡା ସାହିର ସୁକୁଟା ସ୍ୱାଇଁ ୨୦ ବର୍ଷ ତଳେ ଶଶୀଙ୍କୁ ବିବାହ କରିଥିଲେ। ତାଙ୍କ ଔରଷରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ। ୯ ବର୍ଷ ତଳେ ସାନ ଝିଅ ତୁଳସୀ ଛୋଟ ପିଲାଟିଏ ଥିଲା, ଆଖି ବୁଜିଥିଲେ ଶଶୀ। ପତ୍ନୀଙ୍କ ମୃତ୍ୟୁ ପରେ କାମଦାମ କରିଚଳୁଥିବା ସୁକୁଟା ଦୁଇ ଝିଅଙ୍କୁ ଚିନ୍ତାରେ ପଡ଼ି ଯାଇଥିଲେ। ସେହି ସମୟରେ ତାଙ୍କ ପଡ଼ୋଶୀ ସୁକୁଟାଙ୍କଠାରୁ ବଡ଼ ଝିଅକୁ ନେଇ ପୋଷ୍ୟ ସନ୍ତାନ କରିଥିଲେ। ବଡ଼ଝିଅ ସେଠାକୁ ଗଲା ପରେ ତୁଳସୀ ପୂରା ଏକୁଟିଆ ହୋଇଯାଇଥିଲା।

ସୁକୁଟା ଦୁଃଖେ କଷ୍ଟେ କାମଦାମ କରି ଚଳୁଥିଲେ। ଆଉ ସାନ ଝିଅ ତୁଳସୀକୁ ପାଠ ପଢ଼ାଉଥିଲେ। ତେବେ ୨ ବର୍ଷ ତଳେ ସୁକୁଟା କଳପଙ୍ଗି ଗାଁର ମଣ୍ଡା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ ପରେ ମଣ୍ଡା ମାଆ ହୋଇଥିଲେ। ତାଙ୍କର ପୁଅଟିଏ ହୋଇଥିଲା। ପୁଅକୁ ଏବେ ୪ ମାସ ହୋଇଛି। ପୁଅ ଜନ୍ମ ପରେ ସୁକୁଟା କାମ ଅନ୍ୱୋଷଣରେ କେରଳ ଚାଲି ଯାଇଥିଲେ। ଆଉ ଏହାର ସୁଯୋଗ ନେଇ ମଣ୍ଡା ସଉତୁଣୀ ଝିଅ ତୁଳସୀକୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ୯ ମ ଶ୍ରେଣୀରେ ପଢ଼ୁଥିବା ତୁଳସୀକୁ ମାଡ଼ ମାରୁଥିବା ଅଭିଯୋଗ ହେଉଥିଲା। ସବୁ କଷ୍ଟକୁ ତୁଳସୀ ସହି ଯାଉଥିଲେ। କାରଣ ସେ ପ୍ରତିବାଦ କରିବାକୁ ସାହସ କରିପାରୁନଥିଲେ।

Advertisment

ମଙ୍ଗଳବାର ତୁଳସୀ ପାଠ ପଢିବା ପାଇଁ ଯାଇଥିଲେ। ଘରକୁ ଫେରିଲା ବେଳେ ଔଷଧ ଆଣିବା ପାଇଁ ୧୦୦ ଟଙ୍କା ଦେଇଥିଲେ ସାବତ ମାଆ ମଣ୍ଡା। ତୁଳସୀ ଫେରିବା ସମୟରେ ୮୦ ଟଙ୍କାର ମେଡିସିନ କିଣି ଥିବା ବେଳେ ବାକି ୨୦ ଟଙ୍କାର ଦହବରା କିଣି ଖାଇ ଦେଇଥିଲେ। ତୁଳସୀ ଘରକୁ ଫେରିବା ପରେ ୧୦୦ ଟଙ୍କାର ହିସାବ ମାଗିଥିଲେ ମଣ୍ଡା। ଔଷଧ ଆଣିବା ପରେ ବଳି ପଡ଼ିଥିବା ୨୦ ଟଙ୍କାରେ ଦହିବରା ଖାଇ ଦେଇଛି ବୋଲି ତୁଳସୀ କହିଥିଲେ। ଏଥିରେ ରାଗି ଯାଇଥିଲେ ମଣ୍ଡା।

ଆଉ ଠେଙ୍ଗାରେ ତୁଳସୀଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ତୁଳସୀଙ୍କ ମୃତ୍ୟୁ ହୋଇଥିବା ଜାଣି ମଣ୍ଡାଙ୍କ ଅକଲ ଗୁଡୁମ ହୋଇଯାଇଥିଲା। କ’ଣ କରିବେ ସେ କିଛି ଜାଣିପାରିଲେ ନାହିଁ। ପ୍ରଥମେ ମୃତଦେହକୁ ଘର ଭିତରେ ଲୁଚାଇ ରଖିଥିଲେ। ତା’ପରେ ନିଜ ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ବୁଧବାର ସନ୍ଧ୍ୟା ବେଳେ ମୃତଦେହକୁ ନେଇ ଜଙ୍ଗଲ ପାର୍ଶ୍ୱ ଗାଁ ଶ୍ମଶାନରେ ପୋଡ଼ିବା ପାଇଁ ବ୍ୟବସ୍ଥା କରୁଥିଲେ। ଗାଁ ଲୋକେ ଏ ସମ୍ପର୍କରେ ତୁଳସୀ ମାମୁଙ୍କୁ ଖବର ଦେଇଥିଲେ।

ଫତେଗଡ ଥାନା ପୁଲିସ୍‌କୁ ଖବର ଦେଇଥିଲେ ଗାଁ ଲୋକ। ଅଭିଯୋଗକୁ ଭିତ୍ତିକରି ପୁଲିସ ଶ୍ମଶାନରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ମାମଲାରେ ପୁଲିସ୍‌ ମଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଅନ୍ୟମାନେ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଟୁକୁନା କେରଳରେ ଥିବାରୁ ସେ ଘରକୁ ଆସି ପାରିନାହାନ୍ତି।

ରିପୋର୍ଟ- ଖଣ୍ଡପଡ଼ାରୁ ରାକେଶ ଚନ୍ଦ୍ର ପାଢ଼ୀ

Murder Crime Nayagarh