Advertisment

ବ୍ରାଉନ୍‌ସୁଗର ବେପାର କରୁଥିଲା ମେକାନିକାଲ୍‌ ଇଞ୍ଜିନିୟର!

୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ୭୩ କେଜିରୁ ଅଧିକ ବ୍ରାଉନସୁଗର ଜବତ କରିଛି STF। ଏଥିସହ ୨୦୨ ଗ୍ରାମ କୋକେନ୍‌, ୩ କେଜି ୬୩୦ ଗ୍ରାମ ଅଫିମ ଓ ୧୧୬ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି।

ଅଦ୍ୟତନ ହୋଇଛି
STF

Cuttack

Advertisment

ଇଞ୍ଜିନିୟରିଂ ପାସ୍‌ କରି ଚାକିରି କରୁଥିଲା। ହେଲେ ସେଠାରେ ବେଶୀ ଦିନ ରହି ପାରିଲା ନାହିଁ। ଚାକିରି ଛାଡ଼ି ନିଶା ସାମ୍ରାଜ୍ୟରେ ପାଦ ଥାପିଥିଲା ନିଶା ମାଫିଆ ସୂର୍ଯ୍ୟକାନ୍ତ ମନ୍ତ୍ରୀ। ବାଲେଶ୍ୱରରୁ ବ୍ରାଉନ୍‌ସୁଗର ଆଣି ବେପାର କରୁଥିଲା। ଆଜି ତାଙ୍କୁ କଟକ ଜିଲ୍ଲା ତିଗିରିଆରୁ ମାଡ଼ି ବସିଛି ଏସ୍‌ଟିଏଫ୍‌ ଟିମ୍‌।

Advertisment

ତିଗିରିଆ ବିନ୍ଧାଣୀମା ଗାଁର ସୂର୍ଯ୍ୟକାନ୍ତ ମନ୍ତ୍ରୀ ଡିପ୍ଲୋମା ଇନ୍‌ ମେକାନିକାଲ୍‌ ଇଞ୍ଜିନିୟରିଂ ପାସ୍‌ କରିଛନ୍ତି। କିଛି ସମୟ ପାଇଁ ସେ କୋଲ୍‌କାତାରେ ଚାକିରି କରୁଥିଲା। ସେହି ସେ ନିଶା କବଳରେ ପଡ଼ିଥିଲା। ତା’ପରେ ଚାକିରି ଛାଡ଼ି ନିଶା ସାମ୍ରାଜ୍ୟରେ ପାଦ ଥାପିଥିଲା। ନିଜେ ନିଶା ସେବନ କରିବା ସହିତ ବେପାର ମଧ୍ୟ କରୁଥିଲା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଆଣି ବେପାର କରୁଥିଲା। ଛୋଟ ଛୋଟ ବେପାରୀଙ୍କୁ ସେ ବ୍ରାଉନ୍‌ସୁଗର ଯୋଗାଉଥିଲା।

ମଙ୍ଗଳବାର ତିଗିରିଆ କାଲିବାରିଠାରେ ବ୍ରାଉନ୍‌ସୁଗର ବିକ୍ରି ପାଇଁ ଡିଲ୍‌ କରୁଥିଲା ସୂର୍ଯ୍ୟକାନ୍ତ। ଏ ସମ୍ପର୍କରେ ଖବର ପାଇ ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ସାଦା ପୋଷାକରେ ସେଠାରେ ପହଞ୍ଚି ତାକୁ ମାଡ଼ି ବସିଥିଲା। ଏଥିସହ ତାହାଠାରୁ ସୂର୍ଯ୍ୟକାନ୍ତଙ୍କଠାରୁ ୧ କେଜି ୨୨ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ଟଙ୍କା ହେବ। NDPS ACT 1985 ରେ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସ୍‌ଟିଏଫ୍‌।

Advertisment

୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ୭୩ କେଜିରୁ ଅଧିକ ବ୍ରାଉନସୁଗର ଜବତ କରିଛି STF। ଏଥିସହ ୨୦୨ ଗ୍ରାମ କୋକେନ୍‌, ୩ କେଜି ୬୩୦ ଗ୍ରାମ ଅଫିମ ଓ ୧୧୬ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି। ଏହି ମାମଲା ଏସ୍‌ଟିଏଫ୍‌ ୧୮୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଅଭିଯାନା ଆଗକୁ ଜୋରଦାର ହେବ ବୋଲି ଏସ୍‌ଟିଏଫ୍‌ କହିଛି।

Bhubaneswar Cuttack STF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe