Advertisment

ED ଅଧିକାରୀ କହି ଠକୁଥିଲେ, ମାଡ଼ି ବସିଲା କ୍ରାଇମବ୍ରାଞ୍ଚ

ଦୁଇ ଭାଇ ନିଜକୁ ଇଡି ଅଫିସର୍ କହି ୩ ଶହ ସରକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

Fake ED officer Arrest

Fake ED officer Arrest

Advertisment

ଧରାପଡିଲେ ନକଲି ଇଡି ଅଧିକାରୀ। ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଦୁଇ ଭାଇ। ଏଭଳି କିଛି ଅଭିଯୋଗ ଆସିବା ପରେ ଏବେ ଏହି ଦୁଇ ନକଲି ଇଡି ଅଧିକାରୀଙ୍କୁ କ୍ରାଇମ ବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଢେଙ୍କାନାଳର ଦୁଇ ଭାଇ ତାରିଣୀ ସେନ ଓ ବ୍ରହ୍ମଶଙ୍କର ମହାପାତ୍ର।

Advertisment

ସୂଚନା ମୁତାବକ, ଅଭିଯୁକ୍ତ ଦୁଇ ଭାଇ ନିଜକୁ ଇଡି ଅଫିସର୍ କହି ୩ ଶହ ସରକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁଠି ଇଡି ରେଡ୍ ହେଉଥିଲା ସେଠି ଏମାନେ ପହଞ୍ଚି ଯାଉଥିଲେ। ସରକାରୀ ଅଧିକାରୀ କିମ୍ବା ଯେଉଁ ଲୋକଙ୍କ ଘରେ ଇଡି ରେଡ୍ ହେଉଥିଲା ସେଠାରେ ଏମାନେ ମିଛ ଯାଞ୍ଚ କରୁଥିଲେ। ମିଛ କେସର ଧମକଚମକ ଦେଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।

ଝାଡ଼ଖଣ୍ଡ ରାଞ୍ଚିରେ ଏମାନେ ରହୁଥିଲେ। ବେଶ୍‌ ଲଗ୍‌ଜୁରୀ ଲାଇଫ ବଞ୍ଚୁଥିଲେ ଏମାନେ। କାହାକୁ ସନ୍ଦେହ ଯେପରି ହେବନି ସେଥିପାଇଁ ଏକ NGO ଚଲାଇଥିଲେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଚେଷ୍ଟା କରି ଶେଷରେ ଏମାନେ ଧରା ପଡିଛନ୍ତି। ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହନ୍ତଙ୍କ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଏହି ଦୁଇ ନକଲି ଇଡି ଅଧିକାରୀଙ୍କୁ ଗିରଫ କରିଛି।

Advertisment

ଏମାନଙ୍କୁ ଗିରଫ କରିବା ପରେ ୧୬ ଲକ୍ଷରୁ ଅଧିକ ଟଙ୍କାର ଟ୍ରାଞ୍ଜକସନ୍ ହୋଇଥିବା ଜାଣିବାକୁ ପାଇଛି ପୁଲିସ। ଦୁଇ ଅଭିଯୁକ୍ତଙ୍କ ପାଖରୁ ବ୍ୟାଙ୍କ ପାସବୁକ, ନକଲି ଇଡି ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି।

Odisha Crime Branch Fake ED Officer Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe