Advertisment

ନିଶା ବେପାରୀ ଶିବ ପ୍ରସାଦ ଦାସର ୭୪ ଲକ୍ଷ ଟଙ୍କା ବାଜ୍ୟାପ୍ତ କଲା ଏସ୍‌ଟିଏଫ୍‌

ଜବତ ୬୫ ଲକ୍ଷ ୩୨ ହଜାର ଟଙ୍କା ସହିତ ଶିବ ପ୍ରସାଦ ଦାସର ବ୍ୟାଙ୍କ ଜମାକୁ ବାଜ୍ୟାପ୍ତ କରିବା ପାଇଁ କୋର୍ଟକୁ ଯାଇଥିଲା ଏସ୍‌ଟିଏଫ୍‌।

Money

Money

Advertisment

ବାଜ୍ୟାପ୍ତ ହେଲା ଜଟଣୀ ମୁଣ୍ଡିଆ ସାହିର ନିଶା ବେପାରୀ ଶିବ ପ୍ରସାଦ ଦାସର ଟଙ୍କା। ମୋଟ ୭୪ଲକ୍ଷ ୭୫ ହାଜର ଟଙ୍କା ବାଜ୍ୟାପ୍ତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌।

Advertisment

୨୦୨୨ ଜାନୁଆରୀ ୨୫ ତାରିଖରେ ଶିବ ପ୍ରସାଦ ଦାସକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଗିରଫ ବେଳେ ତା’ ଠାରୁ ୬୫ ଲକ୍ଷ ୩୨ ହଜାର ଟଙ୍କା ଜବତ କରାଯାଇଥିଲା। ତା’ ସହିତ ୩ କେଜି ବ୍ରାଉନ୍‌ସୁଗର, ୩ଟି ବନ୍ଧୁକ ଓ ୭ଟି ମାଗାଜିନ୍‌ ଜବତ କରାଯାଇଥିଲା।

ଜବତ ୬୫ ଲକ୍ଷ ୩୨ ହଜାର ଟଙ୍କା ସହିତ ଶିବ ପ୍ରସାଦ ଦାସର ବ୍ୟାଙ୍କ ଜମାକୁ ବାଜ୍ୟାପ୍ତ କରିବା ପାଇଁ କୋର୍ଟକୁ ଯାଇଥିଲା ଏସ୍‌ଟିଏଫ୍‌। କୋର୍ଟ ଏବେ ଏହି ଟଙ୍କା ବାଜ୍ୟାପ୍ତ କରିବା ପାଇଁ ଅନୁମତି ଦେଇଥିଲେ।

Advertisment
STF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe