Advertisment

ବାଘ ଚମଡା ଡିଲ୍‌ ଚାଲିଥିଲା, ମାଡ଼ି ବସିଲା ଏସଟିଏଫ୍

କଳରାପତରିଆ ବାଘ ଚମଡା କାରବାର ନେଇ ମାମଲା ରୁଜୁ କରିବା ସହ ସେମାନଙ୍କୁ ରାୟଗଡା ଏସଡିଜେଏମ କୋର୍ଟଚାଲାଣ କରାଯାଇଛି।

author-image
Niharika Rout
Tiger Skin

Tiger Skin

କଲରାପତରିଆ ବାଘ ଚମଡା ଡିଲ ବେଳେ ଧରାପଡିଲେ ଦୁଇ ବନ୍ୟପ୍ରାଣୀ ମାଫିଆ । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ଗତକାଲି ବାଘ ଚମଡା କାରବାର ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ଦୁଇ ମାଫିଆ ହେଲେ ରାୟଗଡା ଜିଲ୍ଲାର ବିକ୍ରମ ମାଝି ଏବଂ ରାଜା ମାଝି।

Advertisment

ସେମାନଙ୍କଠାରୁ ଦୁଇଟି କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ତେବେ ଏହି ଦୁଇ ଚମଡା କେଉଁଠୁ ଆଣିଲେ, ନିଜେ ଶିକାର କରିଛନ୍ତି ନା ମିଡିଲ ମ୍ୟାନ ହୋଇ କାରବାର କରୁଥିଲେ ସେନେଇ ଖୋଲତାଡ କରୁଛି ଏସଟିଏଫ୍ ।

କଳରାପତରିଆ ବାଘ ଚମଡା କାରବାର ନେଇ ମାମଲା ରୁଜୁ କରିବା ସହ ସେମାନଙ୍କୁ ରାୟଗଡା ଏସଡିଜେଏମ କୋର୍ଟଚାଲାଣ କରାଯାଇଛି। ଜବତ କଳରା ପତରିଆ ବାଘ ଚମଡା ପରୀକ୍ଷା ଲାଗି ଡେରାଡୁନ ପଠାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିବା ସହ ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବାକୁ ଯୋଜନା କରିଛି ଏସଟିଏଫ୍ ।

Advertisment
Raid STF Tiger Skin