Tiger Skin
କଲରାପତରିଆ ବାଘ ଚମଡା ଡିଲ ବେଳେ ଧରାପଡିଲେ ଦୁଇ ବନ୍ୟପ୍ରାଣୀ ମାଫିଆ । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ଗତକାଲି ବାଘ ଚମଡା କାରବାର ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ଦୁଇ ମାଫିଆ ହେଲେ ରାୟଗଡା ଜିଲ୍ଲାର ବିକ୍ରମ ମାଝି ଏବଂ ରାଜା ମାଝି।
ସେମାନଙ୍କଠାରୁ ଦୁଇଟି କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ତେବେ ଏହି ଦୁଇ ଚମଡା କେଉଁଠୁ ଆଣିଲେ, ନିଜେ ଶିକାର କରିଛନ୍ତି ନା ମିଡିଲ ମ୍ୟାନ ହୋଇ କାରବାର କରୁଥିଲେ ସେନେଇ ଖୋଲତାଡ କରୁଛି ଏସଟିଏଫ୍ ।
କଳରାପତରିଆ ବାଘ ଚମଡା କାରବାର ନେଇ ମାମଲା ରୁଜୁ କରିବା ସହ ସେମାନଙ୍କୁ ରାୟଗଡା ଏସଡିଜେଏମ କୋର୍ଟଚାଲାଣ କରାଯାଇଛି। ଜବତ କଳରା ପତରିଆ ବାଘ ଚମଡା ପରୀକ୍ଷା ଲାଗି ଡେରାଡୁନ ପଠାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିବା ସହ ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବାକୁ ଯୋଜନା କରିଛି ଏସଟିଏଫ୍ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us