Advertisment

କାଉଡିଆଙ୍କ ଉପରକୁ ମସଜିଦ୍‌ରୁ ହେଲା ପଥର ମାଡ଼, ସ୍ଥିତି ଉତ୍ତେଜନାପୂର୍ଣ୍ଣ

ସଜିଦ ସମେତ ଲୋକଙ୍କ ଝରକାରୁ ତଥା ଛାତ ଉପରୁ ଭିନ୍ନ ସମ୍ପ୍ରଦାୟର ଲୋକେ କଲେ ପଥର ମାଡ଼ ।

author-image
Niharika Rout
Tension Situation

Tension Situation

ନଦୀରୁ ପାଣି ଉଠାଇବାକୁ ଯାଉଥିବା ୨ ହଜାର କାଉଡିଆଙ୍କ ଉପରୁ ହେଲା ଆଖିବୁଜା ପଥର ମାଡ଼ । ମସଜିଦ ସମେତ ଲୋକଙ୍କ ଝରକାରୁ ତଥା ଛାତ ଉପରୁ ଭିନ୍ନ ସମ୍ପ୍ରଦାୟର ଲୋକେ କଲେ ପଥର ମାଡ଼ । ଏଥିରେ ବହୁ କାଉଡ଼ିଆ ଆହତ ହୋଇଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଗତକାଲି ଉତ୍ତରପ୍ରଦେଶର ବରେଲିରେ ଘଟିଛି।

Advertisment

ବରେଲିରେ ପ୍ରାୟ ୨ ହଜାରରୁ ଅଧିକ କାଉଡିଆ ଗତକାଲି ଜଳ ଆଣିବା ନିମନ୍ତେ କଛଲା ଘାଟ ଅଭିମୁଖେ ଯାଉଥିଲେ। ସେମାନେ ଶାହନୁରୀ ମସଜିଦ୍‌ ନିକଟ ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍‌ ସେମାନଙ୍କ ଉପରୁ ଚାରିଆଡ଼ୁ ପଥର ମାଡ଼ ଆରମ୍ଭ ହେଲା। ମସଜିଦ୍‌ ସମେତ ଆଖପାଖ ଘର ଓ ଛାତ ଉପରୁ ଆଖିବୁଜା ପଥର ମାଡ଼ ହେଲା। ଏଥିରେ ବହୁ କାଉଡିଆ ଆହତ ହୋଇଥିବା ଜଣାଯାଇଛି। ତେବେ କେହି ଗୁରୁତର ନ ଥିବା ଜଣାଯାଇଛି।

ଖବର ପାଇ ତୁରନ୍ ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଏଥିସହ କୌଣସି ଅଘଟଣ ଆଶଙ୍କାରେ ଘଟଣାସ୍ଥଳରେ ବହୁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ ଆରମ୍ଭ କରିଛି।

Advertisment
Uttar Pradesh Tension Situation