Advertisment

ଜେଲ୍‌ ଫେରନ୍ତା ମାଗିଲେ ୫ ଲକ୍ଷ ଦାଦାବଟି, ନ ମିଳିବାରୁ ମିଠା ଦୋକାନ ଆଗରେ ଗଦାଇଲେ ପଥର

ଦାଦାବଟି ନ ଦେବାରୁ ଦିନ ଦିପ୍ରହରରେ ଦେଖିବାକୁ ମିଳିଲା ଦାଦାଗିରି । ଜଣେ ଜେଲ୍‌ ଫେରନ୍ତା ମିଠା ଦୋକାନୀଙ୍କୁ ମାଗିଲେ ୫ ଲକ୍ଷ ଦାଦାବଟି।

author-image
Niharika Rout
Accused & cctv captured scene

Accused & cctv captured scene

ଦିନକୁ ଦିନ ଅଶାନ୍ତ ହୋଇ ଉଠୁଛି ରାଜଧାନୀ। ପୂର୍ବରୁ ରାତିର ରାଜଧାନୀ ସୁରକ୍ଷିତ ନ ଥିବା ବେଳେ ଏବେ ଦିନରେ ବି ବିଚ୍‌ ବଜାରରେ ହେଉଛି ଦାଦାଗିରି। ସାଧାରଣ ଲୋକଙ୍କୁ ଦେଖାଯାଉଛି ନାଲି ଆଖି। ଅସାମାଜିକ ବ୍ୟକ୍ତି ଖୁଲମଖୁଲା ଲକ୍ଷାଧୀକ ଟଙ୍କା ମାଗୁଛନ୍ତି, ନ ଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ରାଜଧାନୀର ଏୟାର ଫିଲଡ ଥାନା ଚଣ୍ଡୀ ବଜାର ନିକଟରେ ଘଟିଛି ଏପରି ଏକ ଅଭାବନୀୟ କାଣ୍ଡ ।

Advertisment

ଦାଦାବଟି ନ ଦେବାରୁ ଦିନ ଦିପ୍ରହରରେ ଦେଖିବାକୁ ମିଳିଲା ଦାଦାଗିରି । ଜଣେ ଜେଲ୍‌ ଫେରନ୍ତା ମିଠା ଦୋକାନୀଙ୍କୁ ମାଗିଲେ ୫ ଲକ୍ଷ ଦାଦାବଟି। ଆଉ ତାହା ନ ମିଳିବାରୁ ତାଙ୍କ ରାଗ ପଞ୍ଚମରେ ପହଞ୍ଚିଗଲା। ଏହାପରେ ଯାହା କଲେ ତାହା ସିସିଟିଭିରେ କଏଦ ହୋଇଛି। ଜେଲ୍‌ ଫେରନ୍ତାଜଣକ ଏକ ଗାଡ଼ିରେ ପଥର ଆଣି ମିଠା ଦୋକାନ ଆଗରେ ଗଦାଇବାକୁ ପଛାଇଲେ ନାହିଁ।

ପୁଲିସ ସିସିଟିଭି ଆଧାରରେ ଦାଦାବଟି ମାଗୁଥିବା ଦୁର୍ବୃତ୍ତକୁ ଧରି ଥାନାରେ ଅଟକ ରଖିଛି । ଅଭିଯୁକ୍ତଜଣକ ହେଲେ ଜେଲ ଫେରନ୍ତା ଅଭିଯୁକ୍ତ ରଘୁନାଥ ବାରିକ । ମିଠା ଦୋକାନୀଜଣକ ଦାଦା ବଟି ନ ଦେବାରୁ ରଘୁନାଥ ତାଙ୍କୁ ନାନା ଧମକ ଦେଲେ। ଏଥିରେ ମନ ଶାନ୍ତି ନ ହେବାରୁ ତାଙ୍କ ଦୋକାନ ସାମ୍ନାରେ ଏକ ଟ୍ରାକ୍ଟରରେ ପଥର ଆଣି ଗଦେଇ ଦେଲେ। କଥା ଏତିକିରେ ସରିଲାନି।, ଦାଦାବଟି ନ ଦେଲେ ଦୋକାନ ବନ୍ଦ କରିବା ପାଇଁ ଧମକ ଦେଇଥିଲା ।

Advertisment

ଏ ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏହାର ତଦନ୍ତ କରିବା ସହ ସିସିଟିଭି ଚେକ୍ କରିଥିଲା । ପରେ ଅଭିଯୁକ୍ତ ରଘୁନାଥଙ୍କୁ କାବୁ କରିଛି ପୁଲିସ।

ପୂର୍ବରୁ ରଘୁଆ ନାଁରେ ହତ୍ୟା ଅଭିଯୋଗ ମଧ୍ୟ ରହିଛି । କିଛି ବର୍ଷ ତଳେ ଅମରେଶ ନାୟକ ନାମକ ଯୁବକୁ ହତ୍ୟା କରିଥିବା ଅଭିଯୋଗରେ ରଘୁଆ ଗିରଫ ହୋଇଥିଲା ।

Bhubaneswar