Advertisment

ତଣ୍ଟି ଚିପି ସମ୍ପର୍କୀୟ ଭାଇଙ୍କୁ ମାରିଲା, ମୃତଦେହକୁ ପଥର ଛେଚିଲା, ଶେଷରେ ଫିଲ୍ମ ଦେଖିଲା

ସେପ୍ଟେମ୍ବର ୧୬ ତାରିଖ ରାତିରେ ୧୪ ବର୍ଷୀୟ ଲକ୍ଷ୍ୟ ହଠାତ୍‌ ନିଖୋଜ ହୋଇଯାଇଥିଲା।

author-image
Hemant Lenka
Gaziabad

Gaziabad

ଜଣେ ୧୪ ବର୍ଷୀୟ ପିଲାକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି, ତା’ର ସମ୍ପର୍କୀୟ ବଡ଼ ଭାଇ। ସାନ ଭାଇର ତଣ୍ଟି ଚିପି ବଡ଼ ଭାଇ ହତ୍ୟା କରିଛି। ସେହିପରି ମୃତଦେହକୁ ପଥରରେ ଛେଛିଛି। ଶେଷରେ କିଛି ଘଟି ନଥିବା ଭଳି ବଡ଼ ଭାଇ ଜଣକ ଫିଲ୍ମ ଦେଖି ମନୋରଞ୍ଜନ କରିଛି। ଗାଜିଆବାଦରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

Advertisment

ସେପ୍ଟେମ୍ବର ୧୬ ତାରିଖ ରାତିରେ ୧୪ ବର୍ଷୀୟ ଲକ୍ଷ୍ୟ ହଠାତ୍‌ ନିଖୋଜ ହୋଇଯାଇଥିଲା। ଏବେ ଲକ୍ଷ୍ୟକୁ ହତ୍ୟା କରିବା ଘଟଣାରେ ତା’ର ସମ୍ପର୍କୀୟ ଭାଇ ଯୁବରାଜ ଓରଫ ୟଶ ପ୍ରଜାପତିକୁ ପୁଲିସ୍‌ ଗିରଫ କରିଛି। ଯୁବରାଜ ଜଣେ କ୍ୟାବିନ କ୍ରୁ ଭାବେ କାମ କରେ ଓ କ୍ରିପ୍ଟୋକରେନ୍ସିରେ ଟ୍ରେଡିଂ କରେ।

ତଦନ୍ତରୁ ଜଣାପଡ଼ିଛି ଯେ ସେପ୍ଟେମ୍ବର ୧୬ରେ ଫିଲ୍ମ ଦେଖିବା ନାଁରେ ଲକ୍ଷ୍ୟକୁ ଡାକିଥିଲା ଯୁବରାଜ। ଭାଇ କଥାରେ ଲକ୍ଷ୍ୟ ମଧ୍ୟ ଆସିଥିଲା। ତା’କୁ ଯୁବରାଜ ଦିଲ୍ଲୀର ପ୍ରୀତ ବିହାରରେ ଥିବା ହଲ ପାଖକୁ ନେଇଥିଲା। ସେଠାରେ ଫିଲ୍ମ ଦେଖିବା ବଦଳରେ ସେ ଲକ୍ଷ୍ୟକୁ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଗୋଟିଏ ପଥରକୁ ମୃତଦେହ ଉପରେ ଛେଚି ଦେଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଯୁବରାଜ ଭି୩ଏସ ମଲକୁ ଯାଇ ଫିଲ୍ମ ଦେଖିଥିଲା। ସେଠାରୁ ଘରକୁ ଆସି ପରିବାର ଲୋକଙ୍କ ସହ ମିଶି ନିଖୋଜ ଲକ୍ଷ୍ୟଙ୍କୁ ଖୋଜିବା କାମରେ ଲାଗି ପଡ଼ିଥିଲା।

Advertisment

ପ୍ରଥମେ ତା’ଉପରେ କେହି ବି ସନ୍ଦେହ କରି ନଥିଲେ। ପରବର୍ତ୍ତୀ ଅବସ୍ଥାରେ ଲକ୍ଷ୍ୟଙ୍କ ମୃତଦେହ ମଧ୍ୟ ମିଳିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଯୁବରାଜ ତା’ ଦାଦା ତଥା ଲକ୍ଷ୍ୟଙ୍କ ବାପା ମନବୀରଙ୍କ ଠାରୁ ୩ ଲକ୍ଷ ଟଙ୍କା ଋଣ କରି କ୍ରିପ୍ଟୋରେ ନିବେଶ କରିଥିଲା।

ଏଥିରୁ ସେ ଲାଭ ପାଉଥିବା ବେଳେ ଏକଦା ମନବୀର ତା’କୁ ୫୦ ହଜାର ଟଙ୍କା ଫେରାଇବାକୁ କହିଥିଲେ। ଟଙ୍କା ଫେରସ୍ତ କରିବା ବଦଳରେ ସେ ମନବୀରଙ୍କ ପୁଅ ଲକ୍ଷ୍ୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ନିଜର ଯୋଜନା ଅନୁସାରେ ସେ ଲକ୍ଷ୍ୟକୁ ମାରିଥିଲା।

ପୁଲିସ୍‌ ସିସିଟିଭି ଫୁଟେଜ, ମୋବାଇଲ ଟ୍ରାକିଂ ଓ ଆଉ କିଛି ତଥ୍ୟ ଆଧାରରେ ଯୁବରାଜ ପାଖରେ ପହଞ୍ଚିଥିଲା। ଶେଷଥର ପାଇଁ ଲକ୍ଷ୍ୟକୁ ତା’ ସହ ଦେଖିବାକୁ ମିଳିଥିବାରୁ ପୁଲିସ୍‌ ଯୁବରାଜକୁ ଉଠାଇ ଆଣି ଜେରା କରିଥିଲା। ଜେରା ବେଳେ ସେ ନିଜର ଅପରାଧକୁ ସ୍ୱୀକାର କରିଛି। ପୁଲିସ୍ ଯୁବରାଜକୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି।

Crime gaziabad