Advertisment

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସନ୍ଦେହ ଘେରରେ ଘର ମାଲିକ!

ବିଶୋଇ ଥାନା ଅଞ୍ଚଳର ବୁଦ୍ଧାଦିତ୍ୟ ନାୟକ ଦୀର୍ଘ ବର୍ଷ ଧରି ମେସରେ ରହି ପାଠ ପଢୁଥିଲେ। ଆଜି ମେସ୍‌ର ସିଡି ଘରରେ ବେକରେ ରଶି ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଘର ମାଲିକ ବାରିପଦା ସଦର ଥାନାକୁ ଖବର ଦେଇଥିଲେ।

Crime

Crime

Advertisment

ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷୀ ଅଞ୍ଚଳରେ ଏକ ମେସରୁ ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଉଛନ୍ତି ବୁଦ୍ଧାଦିତ୍ୟ ନାୟକ। ସେ ଇଲେକ୍ଟ୍ରିକାଲ ବିଭାଗର ପଞ୍ଚମ ବର୍ଷର ଛାତ୍ର ଥିଲେ।

Advertisment

ବିଶୋଇ ଥାନା ଅଞ୍ଚଳର ବୁଦ୍ଧାଦିତ୍ୟ ନାୟକ ଦୀର୍ଘ ବର୍ଷ ଧରି ମେସରେ ରହି ପାଠ ପଢୁଥିଲେ। ଆଜି ମେସ୍‌ର ସିଡି ଘରରେ ବେକରେ ରଶି ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଘର ମାଲିକ ବାରିପଦା ସଦର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ପ୍ରକାଶ, ବୁଦ୍ଧାଦିତ୍ୟ କିଛି ଦିନ ହେଲା ମେସ୍‌ ଟଙ୍କା ଦେଇନଥିଲେ। ଯେଉଁଥିପାଇଁ ଘର ମାଲିକଙ୍କ ସହିତ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା। ତା’ପରେ ଛାତ୍ର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ତେଣୁ ପରିବାର ଲୋକେ ପୁଅର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି। ଘର ମାଲିକ ପୁଅକୁ ମାରି ଝୁଲାଇ ଦେଇଥାଇପାରନ୍ତି ବୋଲି ବାପା ଅଭିଯୋଗ କରିଛନ୍ତି। ହେଲେ ଘର ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Crime Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe