Advertisment

ପୁଲିସ୍‌ ବାବୁଙ୍କ ପୁଅଙ୍କ ଦାଦାଗିରି; ଛାତ୍ରଙ୍କ ମୁହଁରେ କଲେ ପରିସ୍ରା

ପୁଲିସ୍‌  କନଷ୍ଟେବଳଙ୍କ ପୁଅ ଦେଖାଇଲେ ଦବଙ୍ଗଗିରି। ନିଜ ୨ ସାଙ୍ଗଙ୍କ ଜଣେ ଯୁବକଙ୍କୁ କିଡନାପ୍‌ କରି ପ୍ରବଳ ପିଟିବା ସହ ପରିସ୍ରା ପିଇବାକୁ ବାଧ୍ୟ କଲେ। ଏଥିସହ ଛେପ ଚାଟିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।

Attack

Attack

Advertisment

ପୁଲିସ୍‌  କନଷ୍ଟେବଳଙ୍କ ପୁଅ ଦେଖାଇଲେ ଦବଙ୍ଗଗିରି। ନିଜ ୨ ସାଙ୍ଗଙ୍କ ଜଣେ ଯୁବକଙ୍କୁ କିଡନାପ୍‌ କରି ପ୍ରବଳ ପିଟିବା ସହ ପରିସ୍ରା ପିଇବାକୁ ବାଧ୍ୟ କଲେ। ଏଥିସହ ଛେପ ଚାଟିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତ ଯୁବକଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଏପରି ନିର୍ମମ କାଣ୍ଡ ଉପରୁ ପରଦା ହଟିଛି। ଏହି ଘଟଣାରେ ପୁଲିସ୍‌ ତିନି ଜଣଙ୍କୁ ବାନ୍ଧିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଏକ ଅମାନବୀୟ କାଣ୍ଡ ଉତ୍ତରପ୍ରଦେଶର କାନପୁରରେ ଘଟିଛି।

Advertisment

ପୀଡ଼ିତ ଆୟୂଷ ନାମକ ଯୁବକ ଜଣେ ଏମସିଏ ଛାତ୍ର ବୋଲି ଜଣାଯାଇଛି। ତାଙ୍କୁ ଆକ୍ରମଣ କରିଥିବା ହିମାଂଶୁ ଯାଦବ ଜଣେ ଆଇଟିଆଇ ଛାତ୍ର ହୋଇଥିବା ବେଳେ ତାଙ୍କ ବାପା ପୁଲିସ୍ ବିଭାଗରେ କାର୍ଯ୍ୟରତ ବୋଲି ଜଣାଯାଇଛି।

କିଛି ଦିନ ପୂର୍ବେ ହିମାଂଶୁ ଓ ଆୟୂଷଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ହିମାଂଶୁ ଆହତ ହୋଇଥିଲେ। ମାତ୍ର ଠିକ୍‌ ହେବା ପରେ ସେ ଆୟୂଷଙ୍କ ଉପରୁ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ।

Advertisment

ଏପରିକି ଆୟୂଷଙ୍କ ଉପରେ ରାଗ ଶୁଝାଇବାକୁ ହିମାଂଶୁ ଜାଲ ବିଛାଇଥିଲେ। ଏଥିନିମନ୍ତେ ସେ ଜଣେ ଯୁବତୀଙ୍କ ନାଁରେ ଇନଷ୍ଟାଗ୍ରାମରେ ଆଇଡି କରି ସମ୍ପର୍କ ବଢ଼ାଇଥିଲେ। ଏପରିକି ଦୀର୍ଘ ଦିନ ଧରି ଚାଟ୍‌ ଚାଲିବା ପରେ ସେ ଆୟୂଷଙ୍କୁ ଦେଖା କରିବାକୁ ଡାକିଥିଲେ। ଏପରିକି ଆୟୂଷ ପହଞ୍ଚିବାର ବହୁ ପୂର୍ବରୁ ହିମାଂଶୁ ନିଜ ୨ ସାଙ୍ଗଙ୍କ ସହ ଏକ କାର୍‌ ଧରି ଛିଡ଼ା ହୋଇଥିଲେ। ଆୟୂଷ ପହଞ୍ଚିବା ପରେ ସେମାନେ ତାଙ୍କୁ କିଡନାପ୍‌ କରି ନେଇ ଯାଇଥିଲେ। ତାଙ୍କୁ ସେମାନେ କୋପରଗଞ୍ଜର ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ।

ସେଠାରେ ସେମାନେ ଆୟୂଷଙ୍କୁ ନିର୍ଧୂମ ପିଟିବା ସହ ତାଙ୍କ ମୁହଁରେ ପରିସ୍ରା କରିଥିଲେ। ଆୟୂଷଙ୍କୁ ବେଲ୍ଟ ଓ ବୁଟ୍‌ରେ ପିଟା ଯାଇଥିବା ବେଳେ ତାଙ୍କ ଶରୀର ସାରା ମାଡ଼ ଦାଗ ରହିଛି। ସେଠାରୁ ଖସି ଆସିବା ପରେ ଆୟୂଷ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ୍‌ ଆକ୍ସନ ମୁଡକୁ ଚାଲି ଆସିଛି ତୁରନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ସହ ଅଭିଯୁକ୍ତଙ୍କ ବାପାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe