Advertisment

ମୋବାଇଲ ଛଡ଼ାଇ ନେଲେ ସ୍କୁଲ କର୍ତ୍ତୃପକ୍ଷ, ଜୀବନ ହାରିଲେ ଛାତ୍ର

ହାତରେ ମୋବାଇଲ ଥିବା ବେଳେ ଛଡ଼ାଇ ନେଲେ ହଷ୍ଟେଲ କର୍ତ୍ତୃପକ୍ଷ । ଏଥିଯୋଗୁ ବିଚଳିତ ହୋଇ ପଡ଼ିଥିବା ଛାତ୍ରଜଣକ ଶେଷରେ ଜୀବନ ହାରିଦେଲେ ।

author-image
Niharika Rout
Mobile

Mobile

ହାତରେ ମୋବାଇଲ ଥିବା ବେଳେ ଛଡ଼ାଇ ନେଲେ ହଷ୍ଟେଲ କର୍ତ୍ତୃପକ୍ଷ । ଏଥିଯୋଗୁ ବିଚଳିତ ହୋଇ ପଡ଼ିଥିବା ଛାତ୍ରଜଣକ ଶେଷରେ ଜୀବନ ହାରିଦେଲେ । ଏପରି ଏକ ଅସ୍ୱାଭାବିକ ଘଟଣା ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥ ଚଣ୍ଡିଚୁଆ ଛକ ନିକଟରେ ଘଟିଛି। ମୃତ ଛାତ୍ରଜଣଙ୍କର ଘର ଗଜପତି ଜିଲା ହୁମାରେ ବୋଲି ଜଣାଯାଇଛି।

Advertisment

ଛାତ୍ରଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ ଥିବା ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି । ସେ ଗତ ଷଷ୍ଠ ଶ୍ରେଣୀରୁ ଉକ୍ତ ସ୍କୁଲର ହଷ୍ଟେଲରେ ରହି ପଢ଼ି ଆସୁଛନ୍ତି।

ସ୍କୁଲ ହଷ୍ଟେଲ ଭିତରେ ମୋବାଇଲ ବ୍ୟବହାର ପାଇଁ ଅନୁମତି ନାହିଁ। ମାତ୍ର ଗତ ରାତିରେ ଛାତ୍ରଜଣକ ଏକ ମୋବାଇଲରେ କାହା ସହ କଥା ହେଉଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଏହାଦେଖି ତୁରନ୍ତ ଉକ୍ତ ଛାତ୍ରଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ।

Advertisment

ଏହାପରେ ଆଜି ସକାଳେ ଉକ୍ତ ଛାତ୍ରଙ୍କ ମୃତଦେହ ହଷ୍ଟେଲ ପରିସରର ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ସହପାଠୀ ଦେଖିବାକୁ ପାଇଥିଲେ। ପୁଲିସ, ମାଜିଷ୍ଟ୍ରେଟ ଏବଂ ସାଇଣ୍ଟଫିକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ମୃତକଙ୍କ ପରିବାରକୁ ଖବର ଦିଆଯାଇଥିବା ବେଳେ ସେମାନେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

ପିଲାଟି ନିକଟରୁ ମୋବାଇଲ ଜବତ ହୋଇଥିବା ବେଳେ ତାହା କିପରି ହଷ୍ଟେଲକୁ ଗଲା ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ମୋବାଇଲ ଜବତ ବେଳେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଟି ପ୍ରତି କିପରି ବ୍ୟବହାର କରିଥିଲେ, କୌଣସି କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ କି ତାହା ଉପରୁ ପରଦା ହଟିନି। ନଚେତ ଦୀର୍ଘ ୫ ବର୍ଷ ଏକ ହଷ୍ଟେଲରେ ରହୁଥିବା ଛାତ୍ରଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହା ଉପରୁ ପରଦା ହଟି ପାରୁନି।

ଘଟଣାର ସବୁ ଦିଗକୁ ତଦନ୍ତ କରାଯାଉଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

Suicide Khorda Student Suicide