Advertisment

ହଷ୍ଟେଲ ବାଥରୁମ୍‌ରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ

ପ୍ରିନ୍ସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

DeadBody

ହଷ୍ଟେଲ ବାଥରୁମ୍‌ରୁ ନବମ ଶ୍ରେଣୀ ଛାତ୍ରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁରରେ ଥିବା ଅନ୍ଵେଷା ହଷ୍ଟେଲରେ। ମୃତ ଛାତ୍ର ଜଣଙ୍କ ହେଲେ ମେଲଚାମୁଣ୍ଡା ଥାନା ଝଙ୍କରପାଲି ଗ୍ରାମର ପ୍ରିନ୍ସ କୁମ୍ଭାର। ପ୍ରିନ୍ସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Advertisment

ପ୍ରିନ୍ସ ହଷ୍ଟେଲରେ ରହି ପାଠ ପଢୁଥିଲେ। ଗତକାଲି ରାତିରେ ହଷ୍ଟେଲ ବାଥରୁମରୁ ପ୍ରିନ୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରିନ୍ସ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ହଷ୍ଟେଲ ସୁପ୍ରିଟେଣ୍ଡେଣ୍ଟ କହିଛନ୍ତି ଯେ, ପ୍ରିନ୍ସ ରାତି ଖାଇବା ନେଇ ରୁମକୁ ଗଲେ। ପରେ ସେ ବାଥରୁମ ଯାଇଥିବା ବେଳେ ଫେରି ନଥିଲେ। କିଛି ଛାତ୍ର ଯାଇ ବାଥରୁମ କବାଟ ବାଡ଼େଇଥିଲେ। ପ୍ରିନ୍ସ ବାଥରୁମ୍‌ରେ ଥିବା ଗୋଟିଏ ରଡ଼ରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ପଦ୍ମପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପ୍ରିନ୍ସଙ୍କ ମାମୁ କହିଛନ୍ତି, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ହଷ୍ଟେଲ ଆସ ବୋଲି ଫୋନ୍ ଆସିଥିଲା। କିଛି ସମୟ ପରେ ପଦ୍ମପୁର ଉପଖଣ୍ଡ ହସ୍ପିଟାଲ ଆସ ବୋଲି ଫୋନ୍ କରାଯାଇ କୁହାଯାଇଥିଲା। ମେଡିକାଲରେ ପହଞ୍ଚି ଆମ ପିଲାର ମୃତଦେହ ପଡ଼ିଥିବା ଦେଖିଥିଲୁ । ଆମ ପିଲା ଆତ୍ମହତ୍ୟା କରି ନାହିଁ , ତାଙ୍କୁ କିଏ ମାରିଦେଇଛି।

Deadbody Baragarh