Advertisment

ମେଡିକାଲ କୋଚିଂ ନେଉଥିଲେ ଛାତ୍ରୀ; ହଷ୍ଟେଲରେ ଝୁଲି ପଡ଼ିଲେ

ସମ୍ପୃକ୍ତ କୋଚିଂ ସେଣ୍ଟର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ପରିବାର ଲୋକେ।

Tenson stuction

Tenson stuction

Advertisment

ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ଭୁବନେଶ୍ୱର ପଟିଆ ସ୍ଥିତ ଏକ ହଷ୍ଟେଲରୁ ପୁଲିସ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ରୀଙ୍କ ନାଁ କଲ୍ୟାଣୀ ସାହୁ। ତାଙ୍କ ଘର କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ବୋଲି ଜଣାଯାଇଛି।

Advertisment

ଛାତ୍ରୀ ଜଣଙ୍କ ଯୁକ୍ତ ୨ ବିଜ୍ଞାନରେ ପଢିବା ସହ ମେଡିକାଲ ପାଇଁ କୋଚିଂ ନେଉଥିଲେ। ଆଜି ସକାଳେ ଛାତ୍ରୀଙ୍କ ମୃତଦେହ ହଷ୍ଟେଲରୁ ଉଦ୍ଧାର କରାଯାଇଥିଲା। ତେବେ ଛାତ୍ରୀଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି।

ଅନ୍ୟପକ୍ଷରେ ସମ୍ପୃକ୍ତ କୋଚିଂ ସେଣ୍ଟର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ପରିବାର ଲୋକେ। ହଷ୍ଟେଲରେ ନିର୍ଯାତନା ଦେବା ସହ  ଅନ୍ୟ ଛାତ୍ରୀମାନେ  ରାଗିଂ କରୁଥିଲେ। ଛାତ୍ରୀ ଜଣଙ୍କ ଏହି ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ, ହେଲେ ହଷ୍ଟେଲ କର୍ତ୍ତୃପକ୍ଷ କୌଣସ ପଦକ୍ଷେପ ନେଇ ନ ଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। 

Advertisment

ପୁଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ମୃତ ଛାତ୍ରୀଙ୍କ ପରିବାର ଲୋକେ। ତେବେ ଏନେଇ ସଂପୃକ୍ତ କୋଚିଂ ସେଣ୍ଟର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।  

Bhubaneswar Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe