/odisha-reporter/media/post_attachments/uploadimage/library/16_9/16_9_0/Death_1725289395.jpg)
Death
ରାଜଧାନୀ ଭୁବନେଶ୍ୱରରେ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ ଖୋଳତାଡ଼ ଜାରି ରଖିଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଅଙ୍ଗ ଚାଲାଣ ପାଇଁ ଛାତ୍ରଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏଥିସହ ପରିବାର ଲୋକେ ଘଟଣାର ସିବିଆଇ ତଦନ୍ତ ଲାଗି ଦାବି କରିଛନ୍ତି।
ମୃତ ଛାତ୍ରଙ୍କ ନାଁ ଅର୍ଣ୍ଣବ କ୍ରିଷ୍ଣା। ତାଙ୍କ ଘର ଝାଡ଼ଖଣ୍ଡରେ। ସେ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ପଢୁଥିଲେ।
ଗତ ୨୯ ତାରିଖ ଦିନ ହଷ୍ଟେଲ ରୁମରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଛାତ୍ରଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ତେବେ ଏ ନେଇ ସଂପୃକ୍ତ ଘରୋଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ମୃତ ଛାତ୍ରଙ୍କ ସଂପର୍କୀୟ କହିଛନ୍ତି, ଆମ ପିଲା ଭଲ ପଢ଼ୁଥିଲା। ସେ କୌଣସି ଚାପରେ ନଥିଲା। ହଷ୍ଟେଲର କର୍ମଚାରୀ ଆମ ପିଲାର ଅଙ୍ଗ ଚାଲାଣ ପାଇଁ ତାକୁ ହତ୍ୟା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
