Advertisment

‘ଅଙ୍ଗ ଚାଲାଣ ପାଇଁ ଆମ ପିଲାକୁ ହତ୍ୟା କରିଛନ୍ତି ହଷ୍ଟେଲ କର୍ମଚାରୀ’

ଗତ ୨୯ ତାରିଖ ଦିନ ହଷ୍ଟେଲ ରୁମରୁ ଛାତ୍ରଙ୍କ ତାଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

ଅଦ୍ୟତନ ହୋଇଛି
Death

Death

Advertisment

ରାଜଧାନୀ ଭୁବନେଶ୍ୱରରେ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ ଖୋଳତାଡ଼ ଜାରି ରଖିଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଅଙ୍ଗ ଚାଲାଣ ପାଇଁ ଛାତ୍ରଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏଥିସହ ପରିବାର ଲୋକେ ଘଟଣାର ସିବିଆଇ ତଦନ୍ତ ଲାଗି ଦାବି କରିଛନ୍ତି।

Advertisment

ମୃତ ଛାତ୍ରଙ୍କ ନାଁ ଅର୍ଣ୍ଣବ କ୍ରିଷ୍ଣା। ତାଙ୍କ ଘର ଝାଡ଼ଖଣ୍ଡରେ। ସେ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ପଢୁଥିଲେ।

ଗତ ୨୯ ତାରିଖ ଦିନ ହଷ୍ଟେଲ ରୁମରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଛାତ୍ରଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ତେବେ ଏ ନେଇ ସଂପୃକ୍ତ ଘରୋଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ମୃତ ଛାତ୍ରଙ୍କ ସଂପର୍କୀୟ କହିଛନ୍ତି, ଆମ ପିଲା ଭଲ ପଢ଼ୁଥିଲା। ସେ କୌଣସି ଚାପରେ ନଥିଲା। ହଷ୍ଟେଲର କର୍ମଚାରୀ ଆମ ପିଲାର ଅଙ୍ଗ ଚାଲାଣ ପାଇଁ ତାକୁ ହତ୍ୟା କରିଛନ୍ତି।

Bhubaneswar Student Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe