Advertisment

ଛାତ୍ର ସାଜିଲେ ରକ୍ତମୁଖା; ଆଖିବୁଜା ଗୁଳି ଚଳାଇ ନେଲେ ୩ ଜୀବନ

ଛାତ୍ରଙ୍କ ଗୁଳିର ଶିକାର ୩ ଜଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମା’ ଝିଅ ଓ ଜଣେ ଶିକ୍ଷକ ଥିବା ଜଣାଯାଇଛି।

Hospital

Hospital

Advertisment

ନେଦରଲ୍ୟାଣ୍ଡର ରୋଟରଡାମ ସହରରେ ଗତକାଲି ଅଚାନକ ରକ୍ତମୁଖା ସାଜିଲେ ଜଣେ ଛାତ୍ର । ଆଖିବୁଜା ଗୁଳି ଚଳାଇ ନେଇଗଲେ ୩ ଜୀବନ । ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ଯାଇଥିବା ବେଳେ ପୁଲିସ୍‌ ସମ୍ପୃକ୍ତ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି।

Advertisment

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଛାତ୍ରଙ୍କ ବୟସ ୩୨ ବର୍ଷ ହୋଇଥିବା ବେଳେ ସେ ନେଦରଲ୍ୟାଣ୍ଡର ଏକ ବିଶ୍ୱବିଦ୍ୟାଳୟର ଛାତ୍ର ବୋଲି ସ୍ପଷ୍ଟ ହୋଇଛି। ଛାତ୍ରଙ୍କ ଗୁଳିର ଶିକାର ୩ ଜଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମା’ ଝିଅ ଓ ଜଣେ ଶିକ୍ଷକ ଥିବା ଜଣାଯାଇଛି।

ପ୍ରଥମେ ଛାତ୍ରଜଣକ ନିଜ ପଡ଼ୋଶୀ ମହିଳାଙ୍କ ଘରେ ପଶିଥିଲେ। ସେଠାରେ ସେ ଅଚାନକ ମହିଳାଙ୍କ ସମେତ ତାଙ୍କ ୧୪ ବର୍ଷୀୟା ଝିଅ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଖି ବୁଜିଥିଲେ ତାଙ୍କ ଝିଅ। ପରେ ସେ ମହିଳାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।

Advertisment

ଏହାପରେ ସେ ନିକଟରେ ଥିବା ରୋଟରଡାମ ମେଡିକାଲ କଲେଜରେ ପଶି ଯାଇଥିଲେ। ସେଠାରେ ଏକ କ୍ଲାସରେ ପଶି ଗୁଳି ଚଳାଇଥିବା ବେଳେ ଜଣେ ୪୩ ବର୍ଷୀୟ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା।

ଏତିକିରେ ଛାତ୍ରଜଣକ ଶାନ୍ତ ପଡ଼ି ନ ଥିବା ବେଳେ ମେଡିକାଲ କଲେଜରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଉକ୍ତ ସମୟରେ ପୁଲିସ୍‌ ପହଞ୍ଚି ତାଙ୍କୁ କାବୁ କରିଛି। ହେଲେ ଏପରି ଗୁଳିକାଣ୍ଡ ଘଟାଇବାର ତାଙ୍କ ଉଦ୍ଦେଶ୍ୟ ଜଣାପଡ଼ିନି।

ସହରର ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ବେଳେ ଏଥିରେ ଜଣକ ସମ୍ପୃକ୍ତି ଥିବା ସ୍ପଷ୍ଟ ହେଉଛି। ତାଙ୍କୁ ଗିରଫ କରାଯାଇଥିବା ବେଳେ ଏହା ପଛର ଉଦ୍ଦେଶ୍ୟ ଜଣାପଡ଼ିନି ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ଦୁଇ ବର୍ଷ ପୂର୍ବେ ମଧ୍ୟ ସମ୍ପୃକ୍ତ ଛାତ୍ରଜଣକ ଜୀବଜନ୍ତୁଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ବୋଲି ଜଣାପଡ଼ିଛି।

Deadbody Students Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe